ବରଗଡ଼, ୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଉତ୍କଳ ଗୌରବ ମଧସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ପଦ୍ମିନୀ ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଥିଲେ ଓ ପ୍ରତିଟି ଓଡ଼ିଆ ଙ୍କ ପାଇଁ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ଅଭିହିତ କରିଥିଲେ । ଶିକ୍ଷୟିତ୍ରୀ ସୁନୀତା ମିଶ୍ର ମଧୁବାବୁଙ୍କ ଜୀବନୀ ଆଧାରିତ କବିତା ପାଠ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ଜ୍ୟୋତି ବେହେରା,, ଭାରତୀ ସେଟ୍, ଗୀତା ଜାଲ ଗୋପବନ୍ଧୁ ପୁରୋହିତ ନନ୍ଦିତା ସାହୁ,ପ୍ରମୁଖ ଉପସ୍ଥିତ ରହି ମଧୁ ବାବୁଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


