ସେମିଷ୍ଟାର ପ୍ରୋଜେକ୍ଟ ଫି ଅଧିକ ଆଦାୟକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀଛାତ୍ର

ଭଦ୍ରକ ଅଫିସ, ୧୦।୫: ଭଦ୍ରକ ଉତ୍ତର ବାହିନୀ ସ୍ଥିତ ସାଳନ୍ଦୀ ଡିଗ୍ରୀ କଲେଜରେ ସେମିଷ୍ଟାର ପ୍ରୋଜେକ୍ଟ ଫି ଅଧିକ ନେଉଥିବା ପ୍ରତିବାଦରେ ବୁଧବାର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡିଛି କି, ଫକୀର ମୋହନ ୟୁନିଭରସିଟି ନିର୍ଦ୍ଦେଶ ଅନୁସାରେ ପ୍ରୋଜେକ୍ଟ ଫି ୧୦୦ଟଙ୍କା ନେବାକୁ ଧାର୍ଯ୍ୟ ହୋଇଥିବା ବେଳେ ପିଲାଙ୍କ ଠାରୁ ୭୦୦ଟଙ୍କା ନିଆଯାଉଛି । ଏହା ବଦଳରେ କୌଣସି ରସିଦ ଦିଆଯାଉ ନାହିଁ । ପ୍ରିନ୍ସପାଲଙ୍କୁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଛାତ୍ରୀଛାତ୍ର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁଙ୍କୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।