‘ଛାତ୍ରସମାଜ ବିବେକାନୁମୋଦିତ କାର୍ଯ୍ୟ କରିବା ଆବଶ୍ୟକ’

ଭୁବନେଶ୍ୱର,୧୨।୧୨: ବର୍ତ୍ତମାନ ସମୟରେ ଶିକ୍ଷାକୁ ଏକ ମାଧ୍ୟମ ନ କରି ଛାତ୍ର ସମାଜ ବିବେକାନୁମୋଦିତ କାର୍ଯ୍ୟ କରିବା ଓ ସତ୍ୟନିଷ୍ଠ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସେଞ୍ଚୁରିଅନ ୟୁନିଭର୍ସିଟି (ସିୟୁ) ପାରଳାଖେମୁଣ୍ଡି କ୍ୟାମ୍ପସର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କିଛି ମତବ୍ୟକ୍ତ କରିଛନ୍ତି। ସେହିଭଳି ବିଶ୍ବବିଦ୍ୟାଳୟର କୌଶଳଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ତା’ର ସାମାଜିକ ଦାୟିତ୍ୱବୋଧକୁ ନିର୍ବାହ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପକୁ ଲାଲ୍‌ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ସିୟୁର ଛାତ୍ରୀଛାତ୍ରମାନଙ୍କୁ ଉପଦେଶ ଦେଇ ରାଜ୍ୟପାଳ କହିଥିଲେ ଯେ, ଜୀବନରେ ସଫଳତା କିମ୍ବା ବିଫଳତା ଏକ ଅଂଶ ମାତ୍ର ହେଲେ ସବୁଠୁ ବଡ଼ କଥା ହେଲା ନବଯୁବକଙ୍କ ମନ ଭିତରେ ଏକତାର ଭାବନାକୁ ପୁନଃ ଜାଗ୍ରତ କରିବା।

ଏପରିକି ଶିକ୍ଷାର୍ଥୀମାନେ ଦେବତା ସଦୃଶ ଏବଂ ଆନନ୍ଦ ବାଣ୍ଟିବାର ମାଧ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସାଙ୍ଗକୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ବିବରଣୀ ପ୍ରଦାନ ଅବସରରେ ପ୍ରଫେସର ପଟ୍ଟନାୟକ କହିଥିଲେ, ବିଶ୍ବବିଦ୍ୟାଳୟ ନୂତନ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ତା’ର ଶିକ୍ଷାବ୍ୟବସ୍ଥାକୁ ଅଧିକରୁ ଅଧିକ ଛାତ୍ରାଭିମୁଖୀ କରିବା ଦିଗରେ ଯତ୍ନଶୀଳ ହୋଇଛି। ବିଶେଷ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରମାନଙ୍କୁ ସେମାନଙ୍କର ଶିକ୍ଷଣ ଏବଂ ଶିଳ୍ପ ଅଭିଜ୍ଞତାକୁ ଚାକିରି ସୃଷ୍ଟିକର୍ତ୍ତା ଉଦ୍ୟୋଗରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏଲିଆ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ପିଟର ୱଫଲି ଓ ଅଷ୍ଟ୍ରେଲିଆର ଡେକିନ୍‌ ୟୁନିଭରସିଟି କୁଳପତି ପ୍ରଫେସର ଇଆଏନ୍‌ ମାର୍ଟିନ କୃତୀ ଛାତ୍ରୀଛାତ୍ରଙ୍କ ଆଗାମୀ ଭବିଷ୍ୟତ ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ପରିଶେଷରେ ବିଶ୍ୱବିଦ୍ୟାଳୟରୁ ମୋଟ ୨୨ ଜଣ ଗବେଷକ ବିଦ୍ୟାର୍ଥୀ ଡକ୍ଟରେଟ ଉପାଧି ହାସଲ କରିଥିଲା ବେଳେ ୧୨ ଜଣ ସ୍ନାତକ ଛାତ୍ରୀଛାତ୍ର ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଏପରିକି ୨୦୨୦-୨୩ ବର୍ଷର ମୋଟ ୨୨୯୮ ଛାତ୍ରୀଛାତ୍ର ଡିଗ୍ରୀ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଡିନ୍‌ ପ୍ରଫେସର ପ୍ରଶାନ୍ତ ମହାନ୍ତି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ କରାଇଥିଲେ। ଉକ୍ତ ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ.ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ରଙ୍କ ସମେତ ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ରଗଣ ଯୋଗ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?