Categories: ଜାତୀୟ

ଗୋଟିଏ ବ୍ଲାକବୋର୍ଡରେ ପଢାଯାଉଛି ହିନ୍ଦୀ-ଉର୍ଦ୍ଦୁ

ପାଟନା,୧୯ ।୫: ଦେଶରେ ବିଭିନ୍ନ ଧର୍ମର ଲୋକେ ଏକାଠି ରହୁଥିବା ବେଳେ ଏଠାରେ ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ବି ରହିଛି । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ପ୍ରମାଣିତ ହେଉଛି । ଭିଡିଓଟି ବିହାର କଟିହାରର ଏକ ସ୍କୁଲର ବୋଲି କୁହାଯାଉଛି । ଯେଉଁଠି ଗୋଟିଏ ସମୟରେ ଗୋଟିଏ ବ୍ଲାକବୋର୍ଡରେ ୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ହିନ୍ଦି ଓ ଉର୍ଦ୍ଦୁ ପଢାଉଥିବା ଦେଖାଯାଇଛି । ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କର ଫେଣ୍ଟା ଫେଣ୍ଟି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭାଇରାଲ ଭିଡିଓଟି ବିହାର କଟିହାରର ଆଦର୍ଶ ମିଡିଲ ସ୍କୁଲରେ ରେକର୍ଡ କରାଯାଇଛି । ଯାହାକୁ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜ ଏଜେନ୍ସି ଶେୟାର କରିଛି । ତେବେ ସ୍କୁଲରେ ଶ୍ରେଣୀ ଗୃହର ଅଭାବ ଥିବାରୁ ଗୋଟିଏ କକ୍ଷରେ ଦୁଇ ଦୁଇଟି ଭାଷା ଶିକ୍ଷାଦାନ କରାଯାଉଥିବା ଜଣେ ଶିକ୍ଷକ କହିଛନ୍ତି । ସେ କହିଛନ୍ତି ୨୦୧୭ରେ ଉର୍ଦ୍ଦୁ ପ୍ରାଇମେରୀ ସ୍କୁଲକୁ ଶିକ୍ଷା ବୋର୍ଡ ଆମ ସ୍କୁଲକୁ ସ୍ଥାନାନ୍ତର କରାଇ ଦେଇଛନ୍ତି । ହେଲେ ଶ୍ରେଣୀ ଗୃହର ଅଭାବ ଯୋଗୁ ଏଭଳି ପଢାଇବାକୁ ଆମେ ବାଧ୍ୟ ହେଉଛୁ ।

Share