ଗୁରୁ ଦିବସରେ ଥାଳି ବଜାଅ ଅଭିଯାନ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୯: ଗୁରୁ ଦିବସରେ ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ଆଶାୟୀ ପ୍ରାର୍ଥୀମାନେ ଥାଳି ବଜାଅ ଅଭିଯାନ ପାଇଁ ଆହ୍ବାନ ଦେଇଛନ୍ତି। ଆର୍‌ଆର୍‌ବି ପରୀକ୍ଷା ପାଇଁ ତାରିଖ ଘୋଷଣା ହେଉ ନ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ଏଭଳି କରିଛନ୍ତି। ଶନିବାର ସଂନ୍ଧ୍ୟା ୫ଟା ୫ରେ ଥାଳି ବଜାଇବା ପାଇଁ ସୋସିଆଲ୍‌ ମିଡ଼ିଆରେ ଅନୁରୋଧ କରାଯାଇଛି। ଆର୍‌ଆର୍‌ବି ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ଉଦ୍ୟମ କରାଯାଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ଆର୍‌ଆର୍‌ବି ପରୀକ୍ଷା ପାଇଁ ଅଢ଼େଇ କୋଟିରୁ ଅଧିକ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ପରୀକ୍ଷା ହୋଇ ନାହିଁ। ତେଣୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Share