Categories: ଫୁରସତ

ଏହି ଦେଶରେ ଅଧାରୁ ପାଠପଢ଼ା ଛାଡ଼ନ୍ତି ଛାତ୍ରୀଛାତ୍ର, କାରଣ ଜାଣିଲେ…

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି। ଏହି ନିୟମକୁ ନେଇ ପାକିସ୍ତାନ ଚର୍ଚ୍ଚାରେ ରହିଥାଏ।

ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ ସମାଲୋଚନା ବି କରାଯାଇଛି। କିଛି ମାସ ପୂର୍ବରୁ ଏକ ନିୟମକୁ ନେଇ ଅନେକ ସମାଲୋଚନା କରାଯାଇଥିଲା। ପାକିସ୍ତାନର ସିନ୍ଧ ରାଜ୍ୟରେ ଏକ ସ୍ବତନ୍ତ୍ର ବିଲ୍‌ ପ୍ରସ୍ତାବ ଦିଆଯାଇଥିଲା। ଏହି ବିଲ୍‌ ପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଜାଣନ୍ତୁ ଏହାର ଆଉ ଏକ ଅଜବ ନିୟମ ସମ୍ପର୍କରେ…

ପାକିସ୍ତାନରେ ପଢ଼ିବା ପାଇଁ ଛାତ୍ରୀଛାତ୍ରଙ୍କ ଫି’ ଉପରେ ଟିକସ ଆଦାୟ କରାଯାଏ। ଯଦି କେହି ଅଧ୍ୟୟନ କରୁଥାନ୍ତି ତେବେ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ। ତାଙ୍କୁ ୫% ଟିକସ ଦେବାକୁ ପଡ଼େ। ଖାସ୍‌ କରି ଏହି ଭୟରେ ପାକିସ୍ତାନର ଅଧିକାଂଶ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ି ଦିଅନ୍ତି। ଏପରିକି ଖୁବ୍‌ କମ୍‌ ଲୋକ ପାଠ ପଢ଼ିଥାନ୍ତି।

Share