ନାଟକ ଜରିଆରେ ଛାତ୍ରୀଛାତ୍ର ପାଳିଲେ ବିଶ୍ୱ ବନ ଦିବସ, ଲୋକଙ୍କୁ ସଚେତନ କରି…

ଭଞ୍ଜନଗର,୨୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତରବନଖଣ୍ଡ, ଟାଟା ପାଓ୍ବାର, ସ୍ନେହା ଅନୁଷ୍ଠାନ ଓ ବିଡିପୁରସ୍ଥିତ ଟିଏସ୍‌ଡି କଲେଜ ଏନ୍‌ସିସି ପକ୍ଷରୁ ମିଳିତ ଭାବେ ଶନିବାର ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଡିପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କୁନିକୁନି ଛାତ୍ରୀଛାତ୍ର ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ୍‌ ବିମଳ ପ୍ରସାଦ ପ୍ରଧାନ ଯୋଗଦେଇ ପ୍ରକୃତିର ସୁରକ୍ଷା କିଭଳି ହୋଇପାରିବ ସେନେଇ କହିଥିଲେ। ସମ୍ମାନିତ ଅତିଥି ଭାବେ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଟାଟା ପାଓ୍ବାର ବେଲଗୁଣ୍ଠା ଏସ୍‌ଡିଓ ସୁରଜ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ମାଧବ ଦଳାଇ ସଭାରେ ଅଧ୍ୟକ୍ଷତା କରିଥିଲେ। ଏନସିସି ଆର୍ମି ୱିଂଙ୍ଗ ଅଫିସର ଦୀପକ ନାୟକ, ଅଧ୍ୟାପିକା ମାମୁନି ଆଚାର୍ଯ୍ୟ , ଟିକି ଚନ୍ଦ୍ରିକା ସ୍ବାଇଁ, ପରିବେଶ ପ୍ରେମୀ ବିଦେଶୀ ସାହୁ, ଶିକ୍ଷାକେନ୍ଦ୍ର ସମ୍ପାଦିକା ରଶ୍ମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସ୍ନେହା କର୍ମଚାରୀ ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେବା ପାଇଁ ଉଦାହାରଣ ସାଜିଛନ୍ତି ବିପଦର ବନ୍ଧୁ କର୍ମକର୍ତ୍ତା, ରକ୍ତ ଦେବା ସହ ଚିକିତ୍ସା କରି…

ଭଞ୍ଜନଗର,୨୧ା୩(ବାବୁଲା ପ୍ରଧାନ): ବିପଦର ବନ୍ଧୁ ଓଡ଼ିଶା ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ସର୍ବଦା ସେବା ପାଇଁ ଆଗକୁ ଆସନ୍ତି। ସେମାନଙ୍କ ସେବା ଆଗ୍ରହ ଅନେକଙ୍କ ପାଇଁ ବରଦାନ ହେଉଛି।…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ: ଯୋଗଦେଲେ ଏନ୍‌ଏସି ଅଧ୍ୟକ୍ଷ

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ସ୍ବାମୀ ଚେତନାନନ୍ଦ ସାରସ୍ବତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri