ଆଜିଠୁ ମାଟ୍ରିକ୍‌ ଖାତା ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରୀଛାତ୍ର

କଟକ ଅଫିସ,୨୩।୫: ଆଜିଠୁ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଯଦି ଯେଉଁ ଛାତ୍ରୀଛାତ୍ର ଫଳାଫଳକୁ ନେଇ ଅସନ୍ତୁଷ୍ଟ ବା କୌଣସି ବିଷୟରେ ଫଳ କମ ରହିଛି ବୋଲି ଭାବୁଥିବେ ସେହି ଛାତ୍ରୀଛାତ୍ରମାନେ ପୁଣି ନିଜ ପରୀକ୍ଷା ଖାତା ଯାଞ୍ଚ କରିପାରିବେ । ଅନଲାଇନରେ ଆବେଦନ କରିହେବ । ବୋର୍ଡ ଓ୍ବେବସାଇଟରେ ଆବେଦନ କରିବାର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି । ଆସନ୍ତା ଜୁନ ୬ ତାରିଖ ଯାଏ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିବ । ତେବେ ସବଜେକ୍ଟିଭ ଓ ଅବଜେକ୍ଟିଭ ବିଷୟରେ ଯାଞ୍ଚ ଓ ପରୀକ୍ଷା ଖାତା ନକଲ ନେବା ପାଇଁ ଦେୟ ଦେବାକୁ ପଡ଼ିବ ।