ସ୍କ୍ରାପ୍‌, ଗଛ, ଲୁହା ବ୍ୟବହାର କରି ନୌସେନାର ଜାହାଜ ନିର୍ମାଣ କଲେ ଛାତ୍ରୀଛାତ୍ର

ଛତ୍ରପୁର,୪ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ସରକାରୀ ଆଇଟିଆଇ ଛାତ୍ରୀଛାତ୍ର ଏକ ସ୍ବତନ୍ତ୍ର କାର୍ଯ୍ୟ କରି ଦେଖାଇଛନ୍ତି। ଅଦରକାରୀ ସ୍କ୍ରାପ୍‌, ଗଛ, ଲୁହା ଆଦିକୁ ବ୍ୟବହାର କରି ଅବିକଳ ନୌସେନାର ସ୍ବଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କରିଛନ୍ତି। ସୋମବାର ନାଭି ଡେ’ ଅବସରରେ ଏହାର ଶୁଭ ଉଦ୍‌ଘାଟନ ହୋଇଛି। ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଛନ୍ତି। ଏହାକୁ ପ୍ରସ୍ତୁତ ଲାଗି ବର୍ଷେ ସମୟ ଲାଗିଛି। ଏହାର ଉଚ୍ଚତା ୩୦ ଫୁଟ, ଓସାର ୧୦ ଫୁଟ ଓ ଲମ୍ବ ୭୦ ଫୁଟ ରହିଛି। ସରକାରୀ ଆଇଟିଆଇର ପ୍ରିନ୍ସପାଲ ପ୍ରିୟବ୍ରତ ପଣ୍ଡା ପରିଚାଳନା କରିଥିଲେ।