ପାଠପଢ଼ା ବନ୍ଦ କରାଇ ଛାତ୍ରୀଛାତ୍ରଙ୍କୁ ନାଚଗୀତ ତାଲିମ

ନୟାଗଡ଼ ଅଫିସ,୧୩।୧: ସ୍କୁଲରେ ପାଠପଢ଼ା ବନ୍ଦ କରାଇ ନୟାଗଡ ଏନଏସି ହାଇସ୍କୁଲ କର୍ତ୍ତୃପକ୍ଷ ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲର ଖେଳ ପଡିଆକୁ ନାଚଗୀତର ଆସରକୁ ଗୁରୁବାର ପଠାଇବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ଏହାକୁ ପ୍ରତିବାଦ କରି ଶିକ୍ଷାମନ୍ତ୍ରୀ ଓ ସଚିବଙ୍କୁ ଫେରାଦ୍‌ ହୋଇଛି ।
ସୂଚନା ଅନୁସାରେ ନୟାଗଡ ଖେଳପଡିଆରେ ଫୁଟ୍‌ବଲ ଟୁର୍ନାମେଣ୍ଟ ଚାଲୁ ରହିଛି । ଏହାର ଫାଇନାଲ ମ୍ୟାଚରେ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି । ଏଠାରେ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିପାଇଁ ବ୍ରଜେନ୍ଦ୍ର ହାଇସ୍କୁଲରେ ନାଚଗୀତର ଆସର ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଠାକୁ ଏନଏସି ହାଇସ୍କୁଲର ୨୦୦ ଛାତ୍ରୀଛାତ୍ର ଯାଇଥିଲେ । ସେହିପରି ଜିଲା ସଦର ମହକୁମାର ଅନ୍ୟ କିଛି ସ୍କୁଲର ଛାତ୍ରୀଛାତ୍ର ଯାଇଥିଲେ । କାର୍ଯ୍ୟକ୍ରମ ଶେଷ କରି ଛାତ୍ରୀଛାତ୍ର ଇତସ୍ତତଃ ଭାବେ ବଜାର ଦେଇ ସ୍କୁଲକୁ ଫେରିଥିଲେ । ତେବେ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ସରକାରୀ ଭାବେ କୌଣସି ସ୍କୁଲକୁ ଚିଠି ହୋଇ ନାହିଁ । ତେବେ ବେସରକାରୀ ଭାବେ ଛାତ୍ରୀଛାତ୍ରଙ୍କୁ ମୌଖିକ ଭାବେ ଡକାଇ ନିଆଯାଇଥିବା ଜଣାପଡିଛି । ଅନ୍ୟପକ୍ଷେ ବ୍ରଜେନ୍ଦ୍ର ହାଇସ୍କୁଲରୁ ପିଲା ସ୍କୁଲକୁ ଫେରି ବହି ନେଇ ଘରକୁ ଫେରିଥିଲେ । ଏନେଇ ପ୍ରଧାନଶିକ୍ଷକ କୈଳାଶ କର କୁହନ୍ତି, ସ୍କୁଲ ପକ୍ଷରୁ କୌଣସି ଛାତ୍ରୀଛାତ୍ରଙ୍କୁ ବ୍ରଜେନ୍ଦ୍ର ହାଇସ୍କୁଲକୁ ପଠାଯାଇନାହିଁ । କୌଣସି ଶିକ୍ଷକ ବି ଯାଇ ନାହାନ୍ତି । ଯେଉଁ ଶିକ୍ଷକମାନେ ବ୍ରଜେନ୍ଦ୍ର ହାଇସ୍କୁଲକୁ ଯାଇଥିଲେ ସରକାରୀ କାମରେ ଯାଇଥିଲେ । କଂଗ୍ରେସ ଜିଲା ସଭାପତି କୁହନ୍ତି, ଜିଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନ ଥାଇ ଛାତ୍ରୀଛାତ୍ରଙ୍କୁ ଛାଡିବା ଠିକ ନୁହେଁ । କିଛି ସୁବିଧା ଅସୁବିଧା ହେଲେ କିଏ ବୁଝିବ । ପ୍ରଧାନଶିକ୍ଷକ କାହା ଚାପରେ ଛାତ୍ରୀଛାତ୍ରଙ୍କୁ ସଂସ୍କୃତିକ କାର୍ଯ୍ୟମରେ ଯୋଗ ଦେବାକୁ ଛାଡିଛନ୍ତି ତଦନ୍ତସାପେକ୍ଷ । ୨୦୦ ଛାତ୍ରୀଛାତ୍ର ମନଇଛା ସ୍କୁଲ ଡ୍ରେସରେ ଅନ୍ୟ ଏକ ସ୍କୁଲକୁ ଯାଇ ପାଠପଢ଼ା ସମୟରେ ନାଚଗୀତ ଶିଖିବା ସନ୍ଦେହ ସୃଷ୍ଟି କରୁଛି। ଏହାର ତଦନ୍ତ କରା ନ ଗଲେ ଓ ଗୁରୁବାର ପରି ଶୁକ୍ରବାର ପୁନରାବୃତ୍ତି ହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?