ପାଠପଢ଼ା ବନ୍ଦ କରାଇ ଛାତ୍ରୀଛାତ୍ରଙ୍କୁ ନାଚଗୀତ ତାଲିମ

ନୟାଗଡ଼ ଅଫିସ,୧୩।୧: ସ୍କୁଲରେ ପାଠପଢ଼ା ବନ୍ଦ କରାଇ ନୟାଗଡ ଏନଏସି ହାଇସ୍କୁଲ କର୍ତ୍ତୃପକ୍ଷ ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲର ଖେଳ ପଡିଆକୁ ନାଚଗୀତର ଆସରକୁ ଗୁରୁବାର ପଠାଇବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ଏହାକୁ ପ୍ରତିବାଦ କରି ଶିକ୍ଷାମନ୍ତ୍ରୀ ଓ ସଚିବଙ୍କୁ ଫେରାଦ୍‌ ହୋଇଛି ।
ସୂଚନା ଅନୁସାରେ ନୟାଗଡ ଖେଳପଡିଆରେ ଫୁଟ୍‌ବଲ ଟୁର୍ନାମେଣ୍ଟ ଚାଲୁ ରହିଛି । ଏହାର ଫାଇନାଲ ମ୍ୟାଚରେ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି । ଏଠାରେ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିପାଇଁ ବ୍ରଜେନ୍ଦ୍ର ହାଇସ୍କୁଲରେ ନାଚଗୀତର ଆସର ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଠାକୁ ଏନଏସି ହାଇସ୍କୁଲର ୨୦୦ ଛାତ୍ରୀଛାତ୍ର ଯାଇଥିଲେ । ସେହିପରି ଜିଲା ସଦର ମହକୁମାର ଅନ୍ୟ କିଛି ସ୍କୁଲର ଛାତ୍ରୀଛାତ୍ର ଯାଇଥିଲେ । କାର୍ଯ୍ୟକ୍ରମ ଶେଷ କରି ଛାତ୍ରୀଛାତ୍ର ଇତସ୍ତତଃ ଭାବେ ବଜାର ଦେଇ ସ୍କୁଲକୁ ଫେରିଥିଲେ । ତେବେ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ସରକାରୀ ଭାବେ କୌଣସି ସ୍କୁଲକୁ ଚିଠି ହୋଇ ନାହିଁ । ତେବେ ବେସରକାରୀ ଭାବେ ଛାତ୍ରୀଛାତ୍ରଙ୍କୁ ମୌଖିକ ଭାବେ ଡକାଇ ନିଆଯାଇଥିବା ଜଣାପଡିଛି । ଅନ୍ୟପକ୍ଷେ ବ୍ରଜେନ୍ଦ୍ର ହାଇସ୍କୁଲରୁ ପିଲା ସ୍କୁଲକୁ ଫେରି ବହି ନେଇ ଘରକୁ ଫେରିଥିଲେ । ଏନେଇ ପ୍ରଧାନଶିକ୍ଷକ କୈଳାଶ କର କୁହନ୍ତି, ସ୍କୁଲ ପକ୍ଷରୁ କୌଣସି ଛାତ୍ରୀଛାତ୍ରଙ୍କୁ ବ୍ରଜେନ୍ଦ୍ର ହାଇସ୍କୁଲକୁ ପଠାଯାଇନାହିଁ । କୌଣସି ଶିକ୍ଷକ ବି ଯାଇ ନାହାନ୍ତି । ଯେଉଁ ଶିକ୍ଷକମାନେ ବ୍ରଜେନ୍ଦ୍ର ହାଇସ୍କୁଲକୁ ଯାଇଥିଲେ ସରକାରୀ କାମରେ ଯାଇଥିଲେ । କଂଗ୍ରେସ ଜିଲା ସଭାପତି କୁହନ୍ତି, ଜିଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନ ଥାଇ ଛାତ୍ରୀଛାତ୍ରଙ୍କୁ ଛାଡିବା ଠିକ ନୁହେଁ । କିଛି ସୁବିଧା ଅସୁବିଧା ହେଲେ କିଏ ବୁଝିବ । ପ୍ରଧାନଶିକ୍ଷକ କାହା ଚାପରେ ଛାତ୍ରୀଛାତ୍ରଙ୍କୁ ସଂସ୍କୃତିକ କାର୍ଯ୍ୟମରେ ଯୋଗ ଦେବାକୁ ଛାଡିଛନ୍ତି ତଦନ୍ତସାପେକ୍ଷ । ୨୦୦ ଛାତ୍ରୀଛାତ୍ର ମନଇଛା ସ୍କୁଲ ଡ୍ରେସରେ ଅନ୍ୟ ଏକ ସ୍କୁଲକୁ ଯାଇ ପାଠପଢ଼ା ସମୟରେ ନାଚଗୀତ ଶିଖିବା ସନ୍ଦେହ ସୃଷ୍ଟି କରୁଛି। ଏହାର ତଦନ୍ତ କରା ନ ଗଲେ ଓ ଗୁରୁବାର ପରି ଶୁକ୍ରବାର ପୁନରାବୃତ୍ତି ହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri