ସ୍ବାଧୀନତା ଦିବସରେ ସମ୍ମାନିତ ହେଲେ ଛାତ୍ରୀ

ରେଢାଖୋଲ,୧୫।୮(ଡି.ଏନ.ଏ): ରେଢାଖୋଲ କଦମ୍ବପଡ଼ିଆରେ ୭୫ତମ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଉପଜିଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଉପଖଣ୍ଡରେ ଅଧିକ ନମ୍ବର ରଖିଥିବା ଛାତ୍ରୀ ଦେବସ୍ମିତା ପ୍ରଧାନଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କରୋନା ଯୋଦ୍ଧା ଭାବେ ସ୍ବାସ୍ଥ୍ୟକର୍ମୀ ଅମୀୟ କୁମାର ବିଶ୍ବାଳ, ଲକ୍ଷ୍ମୀନାରାୟଣ ବଗର୍ତ୍ତୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହାରାଧନ ମେଣ୍ଡଲି ପରିଚାଳନା କରିଥିଲେ। ସହରରେ ଥିବା ସନ୍ଥକବି ଭୀମ ଭୋଇ, ଗୋପବନ୍ଧୁ ଦାସ ଓ ଭାରତରତ୍ନ ଡା. ବି.ଆର୍‌ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ।