KIIT student death case: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ, କିଟ୍‌ରେ ଚହଳ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି କି ପଡୋଶୀ ଦେଶ ନେପାଳ ମଧ୍ୟ ଏହାକୁ ଜୋରଦାର ବିରୋଧ କରିଛି। ମଙ୍ଗଳବାର କାଠମାଣ୍ଡୁରେ Nepali Congress party ରାସ୍ତାକୁ ଓହ୍ଲାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଘ ହୁଙ୍କାର ଭରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଛାତ୍ରମାନେ କିଟ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତ ଦାବି କରିବା ସହ କିଟ୍‌ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି।

 

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରିଛନ୍ତି। ଏଥିସହିତ ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସୋମବାର କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍ ଦୁଃଖିତ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।

Image

ସୂଚନାଯୋଗ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍‌ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍‌ ଜରିଆରେ ଓଢ଼ଣିରେ ଝୁଲି ଆଖି ବୁଜିଛନ୍ତି।

ତେବେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍‌ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍‌ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଛାତ୍ରୀଛାତ୍ର ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ।

ସେପଟେ ଏହି ଘଟଣାରେ ପୁରୁଷବନ୍ଧୁ ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ)ର ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବଙ୍କ ବ୍ଲାକମେଲ୍‌ ସହି ନ ପାରି ପ୍ରକ୍ରିତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାନ୍ତ ସିଗ୍‌ଦେଲ୍‌ କହିଛନ୍ତି। ସିଗ୍‌ଦେଲଙ୍କ ଏତଲା ଆଧାରରେ ଇନ୍‌ଫୋସିଟି ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୦୮ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ.୫୪/୨୦୨୫) ରୁଜୁ କରିଛି। ଅଭିଯୁକ୍ତ ଆଦଭିକ୍‌ ରାଜ୍ୟ ବାହାରକୁ ଖସି ପଳାଉଥିବା ବେଳେ ପୋଲିସ ଟିମ୍‌ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ତାଙ୍କୁ ବିଚାବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଦଭିକ୍‌ଙ୍କ ଘର ଲକ୍ଷ୍ନୌରେ ହୋଇଥିବାବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ପାଖରୁ ମୋବାଇଲ ଓ ଲାପଟପ୍‌ ଜବତ କରାଯାଇଛି।

ତେବେ ଏହି ଘଟଣାକୁ ନେଇ ନେପାଳୀ ଛାତ୍ରୀଛାତ୍ର ଓ କିଟ୍‌ କର୍ତ୍ତୃପକ୍ଷ ମୁହାଁମୁହିଁ ପରିସ୍ଥିତିର କେତେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଛାତ୍ରୀଙ୍କୁ ଧମକ ସହ ହଷ୍ଟେଲରୁ ବଳପୂର୍ବକ ତଡୁଥିବା ଦେଖିବାକୁ ମିଳିଛି। ଏଥିସହ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରୁଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି। ସେପଟେ କ୍ୟାମ୍ପସ୍‌ରେ ଅଧିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡାଇବା ପାଇଁ ସବୁ ବର୍ଷର ନେପାଳୀ ଛାତ୍ରୀଛାତ୍ରଙ୍କ କ୍ଲାସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ‘ସାଇନ୍‌ ଏ ଡାଏ’ ଘୋଷଣା କରିଥିଲେ। ସେମାନଙ୍କୁ ନିଜ ଘରକୁ ଫେରିଯିବାକୁ କୁହାଯିବା ସହ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ପ୍ରାୟ ଶତାଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ବସ୍‌ ଯୋଗେ ବଳପୂର୍ବକ କଟକ ରେଳ ଷ୍ଟେଶନରେ ଛାଡ଼ି ଦିଆଯାଇଥିଲା।

ଏହାକୁ ନେଇ ନେପାଳୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଘରକୁ ଯିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯାଇ ତୁରନ୍ତ ଚାଲିଯିବାକୁ କୁହାଯିବାରୁ ଛାତ୍ରୀଛାତ୍ରମାନେ ଅକଳରେ ପଡ଼ିଥିଲେ। ପୋଲିସ ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍‌ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍‌ ଇଣ୍ଟରନ୍ୟାଶନାଲ ରିଲେଶନ୍‌ ଅଫିସ (ଆଇଆର୍‌ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋସ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍‌ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକ୍ରିତି ରାଜି ନ ହେବାରୁ ଆଦଭିକ୍‌ ତାଙ୍କୁ ପୁଣି ମାନସିକ ନିର୍ଯାତନା ଦେଇଥିଲେ।

ରବିବାର ସକାଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପ୍ରକ୍ରିତି ଆତ୍ମହତ୍ୟା କରିଥିବା ନେଇ ସହପାଠୀମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଉଦ୍‌ବେଗ ପ୍ରକାଶ କରିବା ସହ ନେପାଳ ଦୂତାବାସ ଘଟଣାକୁ ନେଇ ଚିନ୍ତାପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ତେବେ ଏହାପରେ ସାରେ କିଟ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇ ଛାତ୍ରୀଛାତ୍ରମାନଙ୍କୁ ଫେରିଆସିବାକୁ ଅପିଲ୍‌ କରାଯାଇଛି। ଯେଉଁମାନେ ଯାଇଛନ୍ତି କିମ୍ବା ଯିବାକୁ ବସିଛନ୍ତି, ସେମାନେ ଫେରିବାକୁ କୁହାଯାଇଛି। ତେବେ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri