ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟରୁ ପରୀକ୍ଷା କେନ୍ଦ୍ର ମାତ୍ର ୩ କିଲୋମିଟର ଦୂରତା ହୋଇଥିବା ବେଳେ ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଦୃଶ୍ୟକୁ ନ଼େଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତି ବେପାରୁଆ ମନୋଭାବ ପୋଷଣ କରି ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଟ୍ରାକ୍ଟରରେ ଯିବାକୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲେ ସାଙ୍ଗରେ କେହି ଗାଇଡ୍‌ ଶିକ୍ଷକ କିମ୍ବା ବିଦ୍ୟାଳୟର କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ଜିଲା ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଯେ, ଟ୍ରାକ୍ଟର ଡାଲାରେ ବସି ଯାଉଥିବା ଛାତ୍ର ଆମ ବିଦ୍ୟାଳୟର ଛାତ୍ର କି ଆଉ କେଉଁ ବିଦ୍ୟାଳୟର ସେ ନେଇ ସ୍ପଷ୍ଟ ହୋଇନାହିଁ। ଯଦିଓ ଛାତ୍ର ମାନେ ଯେଉଁ ବି ବିଦ୍ୟାଳୟର ମଧ୍ୟ ହୁଅନ୍ତୁ ଏପରି ଟ୍ରାକ୍ଟର ଡାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯିବା ଘଟଣା ଅନୁଚିତ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ତେବେ ଯେଉଁ ଟ୍ରାକ୍ଟର ଡାଲାରେ ବସି ଛାତ୍ରମାନେ ଯାଇଥିଲେ ସେହି ଟ୍ରାକ୍ଟରର ସନ୍ଧାନ ଚାଲିଛି। ସେହି ଟ୍ରାକ୍ଟର ଡ୍ରାଇଭର କିପରି କେଉଁ ପରିସ୍ଥିତିରେ ଛାତ୍ରଙ୍କୁ ବସାଇ ନେଇଥିଲେ ସେହି ଡ୍ରାଇଭରଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri