ସର୍ବ ସମ୍ମୁଖରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

ନାଇରୋବି,୧୨ା୬: ଇଥିଓପିଆର ସରକାରୀ ବଳ ଜଣେ ନାବାଳକଙ୍କୁ ସ୍ପଷ୍ଟ ଦିବାଲୋକରେ ମୃତ୍ୟୁଦଣ୍ଡ ଦେଇଥିବା ହ୍ୟୁମାନ ରାଇଟ୍ସ ଓ୍ବାଚ୍‌ ପକ୍ଷରୁ ସୂଚନା ଦିଆଯାଇଛନ୍ତି। ଓରୋମିଆ ଅଞ୍ଚଳରେ ସୈନ୍ୟମାନେ ୧୭ ବର୍ଷୀୟ ଏମାନ୍ୟୁଏଲ୍‌ ଓଣ୍ଡିମୁଙ୍କ ବେକରେ ବନ୍ଧୁକ ରଖି ଗୁଳି ଚଳାଇଥିଲେ। ଡେମ୍ବି ଡୋଲୋ ସହରରେ ଗେମେଚୁ ମେନଗେଶା ଜଣେ କଣ୍ଟ୍ରାକ୍ଟରଙ୍କୁ ଦଶମ ଶ୍ରେଣୀ ଛାତ୍ର ଏମାନ୍ୟୁଏଲ୍‌ ଗୁଳିକରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା। ଆଞ୍ଚଳିକ ସ୍ବତନ୍ତ୍ର ବଳ ଲିୟୁ ହେଲ୍‌ ତାଙ୍କୁ ଘରୁ ଗିରଫ କରି ସର୍ବସାଧାରଣରେ ମାଡ଼ ମାରିବା ବେଳେ ସେ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ସୈନ୍ୟମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଘଟଣା ମେ’ ୧୧ ପୂର୍ବାହ୍ନ ୮ଟାରେ ଘଟିଥିବାବେଳେ ଏହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହ୍ୟୁମାନ ରାଇଟ୍ସ ଓ୍ବାଚ୍‌ର ହର୍ନ ଆଫ୍ରିକା ନିର୍ଦ୍ଦେଶକ ଲାଏଟିଟିଆ ବଦେର ଏହି ମୃତ୍ୟୁଦଣ୍ଡକୁ ମାନବ ଜୀବନ ପ୍ରତି ସମ୍ମାନ ଭାବେ ଅଭିହିତ କରିଛନ୍ତି। ଏହା ଇଥିଓପିଆ ସୁରକ୍ଷା ବଳର ଦାୟିତ୍ୱହୀନତାକୁ ପ୍ରମାଣ କରୁଥିବା ସେ କହିଛନ୍ତି।

Share