Odisha Elections 2024

ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଖବର ପାଇ ଶିକ୍ଷକ ସାଥୀ ପିଲାଙ୍କ ସହ ପିଟି ପିଟି ନେଲେ, ଭିଡିଓ ଭାଇରାଲ…

ପାଟନା,୧୧।୧୧ : ପିଲାଦିନେ ଅଧିକାଂଶ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି। ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ବ କାରଣ ଥିଲା। ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି। କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ ନ ଯାଉଥିଲେ ସେତେବେଳେ ଶିକ୍ଷକ ନିଜେ ଆସି ପିଲାଟିକୁ ସ୍କୁଲକୁ ନେଇଥିଲେ। ଏବେ ସେହିଭଳି ଏକ ଘଟଣା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଶିକ୍ଷକ ପିଲାକୁ ଘରୁ ସ୍କୁଲକୁ ନେବାକୁ ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ ଅନେକେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓ ବିହାରର ଛାପରାର ବୋଲି ଜଣାପଡିଛି। ଯେଉଁଥିରେ ଶିକ୍ଷକ ସ୍କୁଲକୁ ନ ଆସି ଲୁଚିଥିବା ଛାତ୍ରଙ୍କୁ ତାଙ୍କର ସହପାଠୀଙ୍କ ସହିତ ଘରୁ ଟେକି ଟେକି ସ୍କୁଲକୂ ନେଇଛନ୍ତି। ଏହି ଭିଡିଓ ଦେଖିବା ପରେ ସମସ୍ତେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପିଲା ସ୍କୁଲକୁ ନ ଆସିବା କାରଣରୁ ଶିକ୍ଷକ ଏକ ବାଡ଼ି ଆଣି ତାକୁ ପିଟି ପିଟି ସ୍କୁଲକୁ ନେଉଛନ୍ତି। ଭିଡିଓରେ ଦେଖାଯାଉଛି ସ୍କୁଲ ୟୁନିଫର୍ମରେ ଥିବା ଚାରିଜଣ ସହପାଠୀ ସମ୍ପୃକ୍ତ ଛାତ୍ରଙ୍କୁ ଟେକି ଟେକି ନେଉଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ ଶହ ଶହ ଲୋକ ମନ୍ତବ୍ୟ ଦେଇଛନ୍ତି। ଭିଡିଓ ଦେଖିବା ପରେ ଜଣେ ବ୍ୟକ୍ତି ଲେଖିଛନ୍ତି ସେ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଉଛନ୍ତି। ଯେତେବେଳେ ପିଲାଟି ନ ଆସିବାରୁ ପାଇଁ ଗୁରୁ ଚିନ୍ତିତ ହୋଇ ତାଙ୍କୁ ଘରୁ ଅଣିବାକ ଘରେ ପହଞ୍ଚୁଥିଲେ। କିନ୍ତୁ ଆଜି ଏହାର ବିପରୀତ ଘଟଣା ଘଟୁଛି। ପିଲାମାନେ ସରକାରୀ ବିଦ୍ୟାଳୟରେ ଆଡମିଶନ ନେଉନାହାଁନ୍ତି। ପିଲା ଶ୍ରେଣୀକୁ ନ ଆସିଲେ ଶିକ୍ଷକମାନେ ଚାକିରି ହରାଉଛନ୍ତି କିମ୍ବା ସ୍ଥାନାନ୍ତରିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତ ଘରେ ପଶି ମାରୁଛି: କାହିଁକି ଏମିତି କହିଲେ ପାକିସ୍ତାନ ରାଷ୍ଟ୍ରଦୂତ

ନ୍ୟୁୟର୍କ,୨୨।୫:ନୂଆ ଭାରତ ଘରେ ପ୍ରବେଶ କରି ହତ୍ୟା କରେ। ପାକିସ୍ତାନୀ ରାଷ୍ଟ୍ରଦୂତ ମିଳିତ ଜାତିସଂଘର ସାଧାରଣ ସଭାରେ ନିଜର ଦୁଃଖ ପ୍ରକାଶ କରି ଏହା କହିଛନ୍ତି।...

ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ...

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର...

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri