ସ୍କୁଲ ନ ଯାଇ ଘରେ ଲୁଚିଥିଲା ଛାତ୍ର, ଖବର ପାଇ ଶିକ୍ଷକ ସାଥୀ ପିଲାଙ୍କ ସହ ପିଟି ପିଟି ନେଲେ, ଭିଡିଓ ଭାଇରାଲ…

ପାଟନା,୧୧।୧୧ : ପିଲାଦିନେ ଅଧିକାଂଶ ସ୍କୁଲକୁ ଯିବାକୁ ଅମଙ୍ଗ ହୋଇଥାନ୍ତି। ପିଲାଦିନେ ସ୍କୁଲ ନ ଯିବା ପାଇଁ ସମସ୍ତଙ୍କର ନିଜସ୍ବ କାରଣ ଥିଲା। ତେବେ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ସବୁକିଛି ବଦଳି ଯାଇଛି। କୁହାଯାଏ ଯେ ପୂର୍ବରୁ ଯେତେବେଳେ ପିଲାମାନେସ୍କୁଲକୁ ନ ଯାଉଥିଲେ ସେତେବେଳେ ଶିକ୍ଷକ ନିଜେ ଆସି ପିଲାଟିକୁ ସ୍କୁଲକୁ ନେଇଥିଲେ। ଏବେ ସେହିଭଳି ଏକ ଘଟଣା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଶିକ୍ଷକ ପିଲାକୁ ଘରୁ ସ୍କୁଲକୁ ନେବାକୁ ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ ଅନେକେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓ ବିହାରର ଛାପରାର ବୋଲି ଜଣାପଡିଛି। ଯେଉଁଥିରେ ଶିକ୍ଷକ ସ୍କୁଲକୁ ନ ଆସି ଲୁଚିଥିବା ଛାତ୍ରଙ୍କୁ ତାଙ୍କର ସହପାଠୀଙ୍କ ସହିତ ଘରୁ ଟେକି ଟେକି ସ୍କୁଲକୂ ନେଇଛନ୍ତି। ଏହି ଭିଡିଓ ଦେଖିବା ପରେ ସମସ୍ତେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପିଲା ସ୍କୁଲକୁ ନ ଆସିବା କାରଣରୁ ଶିକ୍ଷକ ଏକ ବାଡ଼ି ଆଣି ତାକୁ ପିଟି ପିଟି ସ୍କୁଲକୁ ନେଉଛନ୍ତି। ଭିଡିଓରେ ଦେଖାଯାଉଛି ସ୍କୁଲ ୟୁନିଫର୍ମରେ ଥିବା ଚାରିଜଣ ସହପାଠୀ ସମ୍ପୃକ୍ତ ଛାତ୍ରଙ୍କୁ ଟେକି ଟେକି ନେଉଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ ଶହ ଶହ ଲୋକ ମନ୍ତବ୍ୟ ଦେଇଛନ୍ତି। ଭିଡିଓ ଦେଖିବା ପରେ ଜଣେ ବ୍ୟକ୍ତି ଲେଖିଛନ୍ତି ସେ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଉଛନ୍ତି। ଯେତେବେଳେ ପିଲାଟି ନ ଆସିବାରୁ ପାଇଁ ଗୁରୁ ଚିନ୍ତିତ ହୋଇ ତାଙ୍କୁ ଘରୁ ଅଣିବାକ ଘରେ ପହଞ୍ଚୁଥିଲେ। କିନ୍ତୁ ଆଜି ଏହାର ବିପରୀତ ଘଟଣା ଘଟୁଛି। ପିଲାମାନେ ସରକାରୀ ବିଦ୍ୟାଳୟରେ ଆଡମିଶନ ନେଉନାହାଁନ୍ତି। ପିଲା ଶ୍ରେଣୀକୁ ନ ଆସିଲେ ଶିକ୍ଷକମାନେ ଚାକିରି ହରାଉଛନ୍ତି କିମ୍ବା ସ୍ଥାନାନ୍ତରିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri