Categories: ଜାତୀୟ

ଖେଳନା ନୁହେଁ, ପରୀକ୍ଷା ପେ ଚର୍ଚ୍ଚା ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର: ରାହୁଲ

ନୂଆଦିଲ୍ଲୀ, ୩୦।୮(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା ଲାଗି ସେ ଆହ୍ବାନ ଦେଇଥିଲେ। କରୋନା ମହାମାରୀ ସମୟରେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷା ହେବାକୁ ଯାଉଥିଲାବେଳେ ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ‘ପରୀକ୍ଷା ପେ ଚର୍ଚ୍ଚା’ ଶୁଣିବାକୁ ଚାହୁଁଥିଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ମହାମାରୀ ଯୋଗୁ ଉପରୋକ୍ତ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବା ଲାଗି ଗୋଟିଏ ଗୋଷ୍ଠୀ ଦାବି କରୁଥିଲାବେଳେ ରାହୁଲ ଓ ତାଙ୍କ ଦଳ ଏହାକୁ ସମର୍ଥନ କରିଛନ୍ତି। ୬ଟି ଅଣଭାଜପା ଶାସିତ ରାଜ୍ୟ ପରୀକ୍ଷା ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଏର କରିଛନ୍ତି।

Share