ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ ମତଦାନ ହେବାକୁ ଥିବାବେଳେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।
ସଭାପତି ପଦ ପାଇଁ ୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏବିଭିପିର ସଭାପତି ପ୍ରାର୍ଥୀ ପୁଣ୍ୟବନ୍ତ ପ୍ରଧାନ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଆକାଶ ପାତ୍ର ଛାତ୍ରଛାତ୍ରୀଙ୍କୁ ଭେଟି ଭୋଟ୍ ଭିକ୍ଷା କରୁଛନ୍ତି। ମୋଟ ୮ଟି ପଦବୀ ପାଇଁ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୯ଟି ବୁଥ୍ରେ ୯୪୬ ଜଣ ଭୋଟର ମତଦାନ କରିବେ।
କଲେଜର ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଅଭାବ ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଉଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ନିର୍ବାଚନକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।