ଛାତ୍ରୀ ବଳାତ୍କାର ଘଟଣା: ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ, ମାଲିକଙ୍କ ଗିରଫ ଦାବି

କେନ୍ଦୁଝର,୪ା୨(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଭଗାମୁଣ୍ଡାରେ ଥିବା ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କ ପ୍ରତି ନିର୍ଯାତନା ହେଉଥିବା ନେଇ ଶନିବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହଥିବା ଜଣେ ୬ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ୬୦ ବର୍ଷ ବୟସ୍କ ରୋଷେୟା ଗିରଫ ହୋଇଥିବା ବେଳେ ଆଜି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ଅନ୍ୟ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୀଡ଼ିତାଙ୍କୁ କିପରି ଆଇନ ଗତ ତଥା ଆର୍ଥିକ ନ୍ୟାୟ ମିଳିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁଥିବା ବେଳେ ପରିବାର ଲୋକେ ଘଟଣାର ୩ ଦିନ ପରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପିଲାଟିକୁ ଦେଖିବାକୁ ଯାଇଥିବା ବେଳେ ଦେହରେ କ୍ଷତ ଓ ଚାଲି ପାରୁ ନ ଥିଲା। ଏଣୁ ପଚାରିବା ପରେ ସବୁ କଥା କହିଥିଲା ବୋଲି ପରିବାର ଲୋକେ କହିଛନ୍ତି। ଘଟଣାକୁ ଚପାଇବାକୁ ସ୍କୁଲ ପକ୍ଷରୁ ଉଦ୍ୟମ ହୋଇଥିଲା ଏବଂ ଛାତ୍ରୀଙ୍କୁ ଧମକଚମକ କରାଯାଇଥିଲା ବୋଲି ପରିବାର ଲୋକ ଗୁରୁତର ଅଭିଯୋଗ କରି ସ୍କୁଲ ମାଲିକଙ୍କୁ ଗିରଫ ଦାବି କରିଛନ୍ତି।

ଏନେଇ ହରିଚନ୍ଦନପୁର ଥାନା ଅଧିକାରିଣୀ ଦେବକୀ ନାୟକ କହିଛନ୍ତି, ଉକ୍ତ ଘଟଣାରେ ସ୍କୁଲ ମାଲିକଙ୍କ ସ୍ତ୍ରୀ ତଥା ହଷ୍ଟେଲ ଓ୍ବାର୍ଡେନ ତଥା ଶିକ୍ଷୟିତ୍ରୀ ସୁମିତ୍ରା ମହାନ୍ତଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ହଷ୍ଟେଲରେ ବହୁ ଛାତ୍ରୀଙ୍କୁ ଏଭଳି ନିର୍ଯାତନା ଦିଆଯାଇ ଆସୁଥିଲା। ତେବେ ବଦ୍‌ନାମ ହେବା ଭୟରେ ଓ କାର୍ଯ୍ୟାନୁଷ୍ଠାନ ଡରରେ କେହି ମୁହଁ ଖୋଲୁ ନ ଥିଲେ ବୋଲି ନିର୍ଯାତିତାଙ୍କ ସମ୍ପର୍କୀୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଣୁ ବିଦ୍ୟାଳୟର ମାଲିକଙ୍କୁ ଗିରଫ କରିବାକୁ ଦାବି କରି ଆଜି ଛାତ୍ରୀଙ୍କ ପରିବାର ଲୋକେ ଏସ୍‌ପିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ। ସେହିପରି ଏହି ଘଟଣାରେ ପୋଲିସର ଆଭିମୁଖ୍ୟ ଠିକ୍‌ ନ ଥିବାରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆବାସିକ ପାଠପଢ଼ା ବ୍ୟବସ୍ଥା ରହିଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟଟି ଚାଲିଆସୁଥିଲା। ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ନ ଥିବା ବେଳେ ପାଚେରି ତଥା ଅନ୍ୟ ସୁବିଧା ନାହିଁ ବୋଲି ଅଭିଯୋଗ କରିବାକୁ ଆସିଥିବା ଲୋକମାନେ କହିଛନ୍ତି। ସେହିପରି ବିଦ୍ୟାଳୟର ଅନୁମତିପତ୍ର ଅଛି କି ନାହିଁ ଏହାର ତଦନ୍ତ କରିବା ସହ ଏନେଇ ଶିକ୍ଷା ବିଭାଗର ଭୂମିକାକୁ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri