ଛାତ୍ରୀ ବଳାତ୍କାର ଘଟଣା: ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ, ମାଲିକଙ୍କ ଗିରଫ ଦାବି

କେନ୍ଦୁଝର,୪ା୨(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଭଗାମୁଣ୍ଡାରେ ଥିବା ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କ ପ୍ରତି ନିର୍ଯାତନା ହେଉଥିବା ନେଇ ଶନିବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହଥିବା ଜଣେ ୬ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ୬୦ ବର୍ଷ ବୟସ୍କ ରୋଷେୟା ଗିରଫ ହୋଇଥିବା ବେଳେ ଆଜି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ଅନ୍ୟ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୀଡ଼ିତାଙ୍କୁ କିପରି ଆଇନ ଗତ ତଥା ଆର୍ଥିକ ନ୍ୟାୟ ମିଳିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁଥିବା ବେଳେ ପରିବାର ଲୋକେ ଘଟଣାର ୩ ଦିନ ପରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପିଲାଟିକୁ ଦେଖିବାକୁ ଯାଇଥିବା ବେଳେ ଦେହରେ କ୍ଷତ ଓ ଚାଲି ପାରୁ ନ ଥିଲା। ଏଣୁ ପଚାରିବା ପରେ ସବୁ କଥା କହିଥିଲା ବୋଲି ପରିବାର ଲୋକେ କହିଛନ୍ତି। ଘଟଣାକୁ ଚପାଇବାକୁ ସ୍କୁଲ ପକ୍ଷରୁ ଉଦ୍ୟମ ହୋଇଥିଲା ଏବଂ ଛାତ୍ରୀଙ୍କୁ ଧମକଚମକ କରାଯାଇଥିଲା ବୋଲି ପରିବାର ଲୋକ ଗୁରୁତର ଅଭିଯୋଗ କରି ସ୍କୁଲ ମାଲିକଙ୍କୁ ଗିରଫ ଦାବି କରିଛନ୍ତି।

ଏନେଇ ହରିଚନ୍ଦନପୁର ଥାନା ଅଧିକାରିଣୀ ଦେବକୀ ନାୟକ କହିଛନ୍ତି, ଉକ୍ତ ଘଟଣାରେ ସ୍କୁଲ ମାଲିକଙ୍କ ସ୍ତ୍ରୀ ତଥା ହଷ୍ଟେଲ ଓ୍ବାର୍ଡେନ ତଥା ଶିକ୍ଷୟିତ୍ରୀ ସୁମିତ୍ରା ମହାନ୍ତଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ହଷ୍ଟେଲରେ ବହୁ ଛାତ୍ରୀଙ୍କୁ ଏଭଳି ନିର୍ଯାତନା ଦିଆଯାଇ ଆସୁଥିଲା। ତେବେ ବଦ୍‌ନାମ ହେବା ଭୟରେ ଓ କାର୍ଯ୍ୟାନୁଷ୍ଠାନ ଡରରେ କେହି ମୁହଁ ଖୋଲୁ ନ ଥିଲେ ବୋଲି ନିର୍ଯାତିତାଙ୍କ ସମ୍ପର୍କୀୟ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଣୁ ବିଦ୍ୟାଳୟର ମାଲିକଙ୍କୁ ଗିରଫ କରିବାକୁ ଦାବି କରି ଆଜି ଛାତ୍ରୀଙ୍କ ପରିବାର ଲୋକେ ଏସ୍‌ପିଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ। ସେହିପରି ଏହି ଘଟଣାରେ ପୋଲିସର ଆଭିମୁଖ୍ୟ ଠିକ୍‌ ନ ଥିବାରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆବାସିକ ପାଠପଢ଼ା ବ୍ୟବସ୍ଥା ରହିଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟଟି ଚାଲିଆସୁଥିଲା। ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ନ ଥିବା ବେଳେ ପାଚେରି ତଥା ଅନ୍ୟ ସୁବିଧା ନାହିଁ ବୋଲି ଅଭିଯୋଗ କରିବାକୁ ଆସିଥିବା ଲୋକମାନେ କହିଛନ୍ତି। ସେହିପରି ବିଦ୍ୟାଳୟର ଅନୁମତିପତ୍ର ଅଛି କି ନାହିଁ ଏହାର ତଦନ୍ତ କରିବା ସହ ଏନେଇ ଶିକ୍ଷା ବିଭାଗର ଭୂମିକାକୁ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri