Posted inଜାତୀୟ

ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ବୋମା ଖଞ୍ଜିଦେଲେ ଛାତ୍ର: ଆଉ ତା’ପରେ…

ଚଣ୍ଡିଗଡ,୧୪।୧୧: ହରିୟାଣାର ଭିଓ୍ବାନୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବିଦ୍ୟାଳୟର ପିଲାମାନେ ୍ଏକ ବିପଜ୍ଜନକ କାର୍ଯ୍ୟ କରିଛନ୍ତି। ପିଲାମାନେ ସେମାନଙ୍କ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ଫାୟାରଫ୍ରାକ ପରି ଏକ ବୋମା ରଖିଥିଲେ। ଏହି ସମୟରେ ଶିକ୍ଷୟିତ୍ରୀ ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବର୍ତ୍ତମାନ ଶିକ୍ଷା ବିଭାଗ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଛାତ୍ରମାନଙ୍କୁ ସ୍କୁଲରୁ ବହିଷ୍କାର କରିଛି।

ହରିୟାଣାର ଭିଓ୍ବାନୀ ଜିଲାାର ବୋପାରା ଏକ ସ୍କୁଲରେ ପିଲାମାନେ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ଏକ ବୋମା ଲଗାଇଥିଲେ। ଏହା ଫୁଟିବା ପରେ ଶିକ୍ଷୟିତ୍ରୀ ଜଣଙ୍କ ସେଠାରୁ ଦୌଡି ପଳାଇ ଥିଲେ। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅଭିଯୋଗ ହୋଇଛି ଯେ, ଜଣେ ଛାତ୍ର ଚେୟାର ତଳେ ଏକ ବୋମା ଲଗାଇଥିବା ବେଳେ ଅନ୍ୟତ ଜଣେ ରିମୋଟ ସହିତ ଏକ ବଟନ ଦବାଇ ଏହାକୁ ବିସ୍ଫୋରଣ କରିଥିଲେ। ଏହି ଘଟଣା ପରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଶିକ୍ଷା ବିଭାଗ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଜିଲା ଶିକ୍ଷା ଅଧିକାରୀ ନରେଶ ମହାତା କହିଛନ୍ତି, ଶ୍ରେଣୀର ୧୫ ପିଲାଙ୍କ ମଧ୍ୟରୁ ୧୩ ଜଣ ଏହି ଘଟଣାରେ ସମ୍ପୃକ୍ତ ଥିଲେ। ଗୋଟିଏ ପିଲା ଏକ ବୋମା ତିଆରି କରି ଜଣେ ଏହାକୁ ଚେୟାର ତଳେ ଲଗାଇଥିଲେ। ଏବଂ ଅନ୍ୟ ଜଣେ ପିଲା ରିମୋଟ ସହିତ ବଟନ ଦବାଇଥିଲେ। ଯେଉଁ ଦିନ ଏହି ଘଟଣା ଘଟିଥିଲା, ସେହି ଦିନ ସମଗ୍ର ଶ୍ରେଣୀର ୧୩ ଜଣ ପିଲା ଆସିଥିଲେ ଏବଂ ସମସ୍ତେ ଏହି ଘଟଣା କରିଥିଲେ। ଏଥିସହିତ ମହିଳା ଶିକ୍ଷୟିତ୍ରୀ ପିଲାମାନଙ୍କୁ କ୍ଷମା କରିଦେଇଥିଲେ। କିନ୍ତୁ ପିଲାଙ୍କୁ ସ୍କୁଲରୁ ବହିଷ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri