କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା

କେସିଙ୍ଗା,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ ର୍‌ ଧାରଣା ଦେଇଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ବଲପୁର ୟୁନିଭର୍ସିଟି ଦ୍ୱାରା ଆସନ୍ତା ୨୭ ତାରିଖରେ ଅଫ୍ଲାଇନ୍‌ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜନ ପାଇଁ ଏକ ଦାବିପତ୍ର ଜିଲାପାଳଙ୍କୁ ବିଡିଓଙ୍କ ଜରିଆରେ ଦେଇଛନ୍ତି। ଏହାସହ ସେମାନେ ଧାରଣା ଦେଇଛନ୍ତି।