ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା। ସଂପୃକ୍ତ ଅପହରଣକାରୀମାନେ ଚଣ୍ଡିଖୋଲ ଅଭିମୁଖେ ନେଇ ଯାଉଥିଲେ। ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଛକରେ ଏକ ସ୍କର୍ପିଓ ଅଟକି ଥିଲା। ସେହି ସମୟରେ ଛାତ୍ର ଜଣକ ଗୋଇଠା ମାରି ନିଜକୁ ବଞ୍ଚାଇଛନ୍ତି। ପରେ ଜଣେ ବାଇକ୍‌ ଆରୋହୀଙ୍କ ଜରିଆରେ ଘର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଓ ପୋଲିସ ଯାଇ ଛାତ୍ରକୁ ନେଇ ଫେରିଥିଲେ। ପ୍ରଥମେ ଛାତ୍ରଙ୍କ ଡାକ୍ତରୀ ଚିକିତ୍ସା କରିଥିଲେ। ତା’ପରେ ଛାତ୍ରଙ୍କୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଛାତ୍ର ଜଣଙ୍କ ହେଲେ ଆଦିତ୍ୟ ନାଥ (୧୫)। ତାଙ୍କ ଘର ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଉଚ୍ଛବାନନ୍ଦପୁର ଗ୍ରାମରେ। ସେ ପାରାଦୀପ ବଡ଼ପଡ଼ିଆ ପୋର୍ଟ ଡିଏଭି ସ୍କୁଲର୧୦ମ ଶ୍ରେଣୀରେ ପଢୁଛନ୍ତି। ସବୁଦିନ ପରି ସୋମବାର ସକାଳୁ ସାଇକେଲ ନେଇ ୧୫ନଂ ଛକକୁ ଆସିଥିଲେ। ସେଠାରେ ସ୍କୁଲ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ସ୍କର୍ପିଓ ତାଙ୍କ ପାଖରେ ଅଟକି ଥିଲା। ଜଣେ ମହିଳା ଗାଡ଼ିରୁ ଓହ୍ଲାଇ ଛାତ୍ର ଆଦିତ୍ୟଙ୍କୁ ପାଣି ମାଗିଥିଲେ ପିଇବା ପାଇଁ। ଆଦିତ୍ୟ ସ୍କୁଲ ବ୍ୟାଗ୍‌ରୁ ପାଣି ବୋତଲ କାଢ଼ିବା ମଧ୍ୟରେ ସ୍କର୍ପିଓ ମଧ୍ୟରେ ଥିବା ୪ ଜଣ ଯୁବକ ଛାତ୍ରଙ୍କ ମୁହଁରେ କପଡ଼ା ବାନ୍ଧି ବଳପୂର୍ବକ ଗାଡ଼ିରେ ପୂରାଇ ନେଇ ଯାଇଥିଲେ। ଅପହରଣ କରିଥିବା ଯୁବକମାନେ ମୁହଁରେ କଳା କପଡ଼ା ଘୋଡ଼େଇ ଥିଲେ ବୋଲି ଆଦିତ୍ୟ କହିଛନ୍ତି। ହଳଦିଆଗଡ଼ା ପାଖରେ ଜଣେ ଯୁବକ ଗାଡ଼ିରୁ ଓହ୍ଲେଇବା ସମୟରେ ଛାତ୍ର ଆଦିତ୍ୟ ମହିଳାଙ୍କୁ ଗୋଇଠା ମାରି ରାସ୍ତା ଉପରେ ଦୌଡ଼ି ଥିଲେ। ଏହି ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ସାହାଯ୍ୟରେ ତାଙ୍କ ବାପାଙ୍କୁ ଖବର ଦେଇଥିଲେ। ଛାତ୍ର ବାହାରକୁ ଯିବା ପରେ ସଂପୃକ୍ତ ଗାଡ଼ି କିଛି ସମୟ ସେଠାରେ ଅଟକି ଥିଲା। ଯେମିତି ଲୋକ ରୁଣ୍ଡ ହେଲେ ସେହି ସମୟରେ ଗାଡ଼ିଟି ଚଣ୍ଡିଖୋଲ ଅଭିମୁଖେ ପଳେଇ ଯାଇଛି। ପୋଲିସ ଏନେଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri