Categories: ଜାତୀୟ

ସ୍କୁଲ ବସ୍‌ ଝରକା ବାଟେ ବାହାରକୁ ମୁଣ୍ଡ କରିଥିଲେ ଛାତ୍ର, ଲୁହା ଖୁଣ୍ଟ ବାଜି ଚାଳିଗଲା ଜୀବନ

ଗାଜିଆବାଦ୍‌,୨୧।୪: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାର ମୋଦିନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ମୁଲ ବସ୍‌ରେ ଜଣେ ଛାତ୍ର ଝରକା ପଟେ ବାହାରକୁ ଚାହଁଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟରେ ମୁଣ୍ଡ ବାଜି ତାଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଅନୁରାଗ ଭରଦ୍ୱାଜ୍‌। ତାଙ୍କ ବୟସ ୧୦ ବର୍ଷ। ସେ ତୃତୀୟ ଶ୍ରେଣୀରେ ପଢୁଥିଲେ।
ସୂଚନାଯୋଗ୍ୟ, ଦୟାବତୀ ମୋଦି ପବ୍ଲିକ ସ୍କୁଲର ଛାତ୍ର ଅନୁରାଗ ଚଳନ୍ତା ସ୍କୁଲ ବସ ଭିତରୁ ମୁଣ୍ଡ ବାହାରକୁ କରିଥିବାବେଳେ ଲୁହା ଫାଟକ ବାଜିଥିଲା। ପରେ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ଏହି ମାମଲାରେ ବିଦ୍ୟାଳୟର ଚେୟାରମ୍ୟାନ୍‌, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବସ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ବସ୍‌ରେ ଥିବା ଅନ୍ୟ ଛାତ୍ରଙ୍କ ଅନୁଯାୟୀ, ଅନୁରାଗ ବାନ୍ତି କରିବା ପାଇଁ ମୁଣ୍ଡକୁ ଝରକା ବାହରକୁ ନେଇଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା ଛାତ୍ରଙ୍କ ମୃତ୍ୟୁ ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି।

Share