Posted inଜାତୀୟ

ଛାତ୍ରୀଙ୍କୁ ଗଣବଳାତ୍କାର, ବୟଫ୍ରେଣ୍ଡଙ୍କୁ ଆକ୍ରମଣ

ମାହୀଶୂର,୨୫।୮ : ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ କର୍ନାଟକର ମାହୀଶୂରସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାମୁଣ୍ଡି ପାହାଡ଼ରେ ବୁଲିବାକୁ ପହଞ୍ଚିଥିଲେ ଜଣେ ଛାତ୍ରୀ ଓ ତାଙ୍କ ବୟଫ୍ରେଣ୍ଡ୍‌। ଜଙ୍ଗଲରେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପୁରୁଷ ବନ୍ଧୁ ମାଡ଼ ମରାଯାଇଛି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନାହିଁ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କୁହାଯାଇଛି।

ଚାମୁଣ୍ଡି ପାହାଡ଼କୁ ଗଲା ବେଳେ ସେମାନଙ୍କୁ ଜଙ୍ଗଲରେ ଅଭିଯୁକ୍ତମାନେ ଅଟକାଇ ଜୋରଜବରଦସ୍ତ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଯୁବକଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ସେମାନଙ୍କୁ ରାତି ୧ଟା ୩୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୀଡ଼ିତାଙ୍କ ବୟାନକୁ ଆଧାର କରି ମାମଲା ଦାୟର କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri