ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର

ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ ଯାଉଥିବାବେଳେ ଅସୁସ୍ଥତା କାରଣରୁ ଅଧାରାସ୍ତାରେ ବହି ବସ୍ତାନି ସହ ଟଳି ପଡ଼ିଥିଲେ। ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅଚେତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ଆସି ତଦନ୍ତ କରିବା ପରେ ମାମଲା ରୁଜୁ କରିବ। ବ୍ୟବଚ୍ଛେଦ ପାଇଁ ଘରୋଇ ଆମ୍ବୁଲାନ୍ସ କରିବାକୁ ପଡ଼ିବ। ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହେବ ଭାବନା କରି ପରିବାର ଲୋକେ ଆକାଶଙ୍କ ମୃତଦେହକୁ ତାଙ୍କ ବାସଭବନକୁ ନେଇ ଯାଇଥିଲେ। ମଧ୍ୟାହ୍ନରେ ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଏନେଇ ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ ଏବଂ ବ୍ଲକ ଶିକ୍ଷାଧିକାରୀ ଡ଼. ଶଙ୍କର ନାରାୟଣ ବେଜଙ୍କୁ ଜଣାଇବା ପରେ ସ୍କୁଲରେ ତାଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶୋକସଭା କରାଯାଇଥିଲା। ପରେ ଆକାଶଙ୍କ ଶ୍ରେଣୀ ଶିକ୍ଷକ ଲାବଣ୍ୟ ସାହୁ ଏବଂ ଶିକ୍ଷୟିତ୍ରୀ ସୁରଭି ନାୟକ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।
ନିମଖଣ୍ଡିପେଣ୍ଠ ଗ୍ରାମ ଚୈତନ୍ୟ ନିତ୍ୟାନନ୍ଦ ମଠ ସାହିର ସିମାଞ୍ଚଳ ଗୌଡ଼ଙ୍କ ଏକମାତ୍ର ପୁଅ ଆକାଶ ଗତ କିଛିଦିନ ହେଲା ମସ୍ତିଷ୍କ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଗକୁ ସ୍କୁଲ ପରୀକ୍ଷା ଥିବାରୁ ସେ ଘରେ ରହି ପାଠ ପଢୁଥିଲେ। ଶୁକ୍ରବାର ସକାଳେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ
ପ୍ରତିଦିନ ଭଳି ଘରେ କିଛି ଖାଦ୍ୟ ଖାଇ ସାରିବା ପରେ ତରବର ହୋଇ ବହି ବସ୍ତାନି ଧରି ସ୍କୁଲ ଅଭିମୁଖେ ବାହାରି ପଡ଼ିଥିଲେ। ସ୍କୁଲରେ ପହଞ୍ଚିବା ପୂର୍ବରୁ ସେ ଅସୁସ୍ଥତା କାରଣରୁ ଗ୍ରାମର ବଡ଼ ସାହି ଚାରିଛକ ରାସ୍ତାରେ ଟଳି ପଡ଼ିଥିଲେ। ଆକାଶଙ୍କ ବାପା ସିମାଞ୍ଚଳ ଜଣେ ଅସହାୟ ଗରିବ ବ୍ୟକ୍ତି ଭାବେ ଗାଁରେ ଜଣାଶୁଣା। ମୂଲ ମଜୁରୀ ଖଟି ସେ ପରିବାର ପ୍ରତିପୋଷଣ କରୁଥିଲେ। ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ବିବାହ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ଆବଶ୍ୟକ ଅର୍ଥ ଅଭାବରୁ ଝିଅକୁ ବିବାହ ଦେଇ ପାରିନାହାଁନ୍ତି। ପୁଅ ଆକାଶଙ୍କ ଆକସ୍ମିକ ମୃତ୍ୟୁ ପରେ ମା’ ବାପା ଓ ଭଉଣୀ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। କାଲିଠାରୁ ସେମାନେ ଖିଆପିଆ ଛାଡି ଦେଇଛନ୍ତି। କେବଳ ବାହୁନି ବାହୁନି କାନ୍ଦୁଛନ୍ତି। ସମ୍ପର୍କୀୟ ଲୋକେ କେତେ ବୁଝାଇଲେ ମଧ୍ୟ ସେମାନଙ୍କ ଲୁହ ବୋଲ ମାନୁନି। ଗୁମୁରି ଗୁମୁରି କୋହ ଉଠାଇ କାନ୍ଦୁଛନ୍ତି। କେତେ ଆଶା କରିଥିଲେ ସୀମାଞ୍ଚଳ। ପୁଅ ବଡ ହୋଇ ଉଚ୍ଚ ଶିକ୍ଷିତ ହେବ। ବୃଦ୍ଧ ବେଳେ ପୁଅ ତାଙ୍କ ଆଶା ବାଡ଼ିହେବ। ବଂଶ ରକ୍ଷା କରିବ। କିନ୍ତୁ ସବୁ ସ୍ବପ୍ନ ତାଙ୍କ ଧୂଳିସାତ୍‌ ହୋଇଗଲା। କଣ କରିବେ ତାଙ୍କୁ କିଛି ବୁଦ୍ଧି ଦିଶୁନାହିଁ ବୋଲି ସିମାଞ୍ଚଳ କହିଛନ୍ତି। ଅନ୍ୟପକ୍ଷରେ ହାଇସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀଙ୍କ ପକ୍ଷରୁ ତାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ରେଡକ୍ରସ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri