୯୪ ପ୍ରତିଶତ ନମ୍ବର ରଖି ଛାତ୍ରୀ ଫେଲ…

ଲକ୍ଷ୍ନୌ,୨୬।୪ : ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ବୋର୍ଡ ଫେଲ ଘୋଷଣା କରିଛି। ପ୍ରାକ୍ଟିକାଲରେ, ଛାତ୍ରୀଙ୍କୁ ଭୁଲରେ ୩୦ ପରିବର୍ତ୍ତେ ୩ ନମ୍ବର ଦିଆଯାଇଛି। ଫଳରେ ସେ ଫେଲ ହୋଇଛନ୍ତି। ଏନେଇ ଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ତଦନ୍ତ ଦାବି କରିଛନ୍ତି।

ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହେନ୍ଦ୍ର ଦେବ କହିଛନ୍ତି, ଟାଇପିଂ ତ୍ରୁଟି ଏହା ଘଟିଛି। ଏହାର ସଂଶୋଧନ ସରିବା ପରେ ଛାତ୍ରୀଙ୍କ ପରୀକ୍ଷା ଫଳ ପୁନର୍ବାର ପ୍ରକାଶ ପାଇବ। ସେ କହିଛନ୍ତି ପ୍ରାକ୍ଟିକାଲ ମାର୍କ ଆଧାରରେ ଛାତ୍ରୀଙ୍କ ଫଳାଫଳ ପୁଣି ଥରେ ପ୍ରସ୍ତୁତ କରାଯିବ। ୟୁପିର ଆମେଠି ଜିଲାରେ ଉତ୍ତରପ୍ରଦେଶ ବୋର୍ଡର ଅଧିକାରୀଙ୍କ ଅବହେଳା ଯୋଗୁଁ ହାଇସ୍କୁଲର ଛାତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ବାସ୍ତବରେ, ଉତ୍ତରପ୍ରଦେଶ ବୋର୍ଡର ହାଇସ୍କୁଲ ଫଳାଫଳ ପ୍ରକାଶ ପାଇବା ପରେ ଆମେଠି ସହରର ଶ୍ରୀ ଶିବ ପ୍ରତାପ ଇଣ୍ଟର କଲେଜର ହାଇସ୍କୁଲ ଛାତ୍ର ୀ ଭାବନା ବର୍ମା ୯୪ ପ୍ରତିଶତ ମାର୍କ ପାଇବା ପରେ ଫେଲ ହୋଇଥିଲେ। ଭାବନା ୪୦୨ ମାର୍କ ପାଇଥିବାବେଳେ ପ୍ରାକ୍ଟିକାଲରେ ୧୮୦ ବଦଳରେ କେବଳ ୧୮ ମାର୍କ ଯୋଡା ଯାଇଥିଲା ।

ଯଦି ତାଙ୍କର ୧୮୦ ମାର୍କ ଯୋଡି ହୋଇଥାନ୍ତା ତେବେ ସ୍କୋର୫୬୪ ହୋଇଥାନ୍ତା ଯାହା ୯୪ ପ୍ରତିଶତ ହୋଇଥାନ୍ତା। ବୋର୍ଡର ଅବହେଳା ଯୋଗୁଁ ଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share