୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା ଲେଖିଛନ୍ତି। ସ୍ବାରିକା ତାଙ୍କ ନୂତନ ମାଇକ୍ରୋ ଆର୍ଟ ପ୍ରୋଜେକ୍ଟ ଅଧୀନରେ ଏହି କାର୍ଯ୍ୟ କରିଛନ୍ତି। ଏହାକୁ କରିବାକୁ ତାଙ୍କୁ ପ୍ରାୟ ୧୫୦ ଘଣ୍ଟା ନେଇଥିଲା। ମାଇକ୍ରୋ ଆର୍ଟ ଯୋଗୁ ସ୍ବାରିକାଙ୍କୁ ଅନେକ ଥର ପୁରସ୍କୃତ କରାଯାଇଛି। ମାଇକ୍ରୋ ଆର୍ଟ ତିଆରି ପାଇଁ ମୁଁ ଅନେକ ଉତ୍ପାଦ ବ୍ୟବହାର କରେ। ବିଶେଷ କଥା ହେଉଛି ସ୍ବାରିକା ଏହି କାର୍ଯ୍ୟରେ ମ୍ୟାଗ୍ନିଫାଇଙ୍ଗ୍‌ ଗ୍ଲାସ ବ୍ୟବହାର କରନ୍ତି ନାହିଁ। ଏହା ବ୍ୟତୀତ ସେ କ୍ଷୀର, କାଗଜ ଏବଂ ତେଲ ମଞ୍ଜି ସାହାଯ୍ୟରେ କଳା କୌଶଳ ମଧ୍ୟ କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ରେ ଜାତୀୟ ଆଇନ ଦିବସ ପାଳନ କରିବାକୁ ସ୍ବାରିକା କେଶରେ ସମ୍ବିଧାନର ପ୍ରସ୍ତାବନା ଲେଖିଥିଲେ। ଏଥିପାଇଁ ସେ ପ୍ରଥମେ ବିଭିନ୍ନ ପ୍ରକାରର କେଶ ସଂଗ୍ରହ କରି ପରେ ଏକ କାର୍ଡରେ ଅଠା ସାହାଯ୍ୟରେ ଲଗାଇଥିଲେ। ଏହା ପରେ ସେ ଏକ ପତଳା ବ୍ରଶ ଏବଂ ଧଳା ରଙ୍ଗ ସାହାଯ୍ୟରେ ଏହାକୁ ଲେଖିଥିଲେ। ଏହି କାର୍ଯ୍ୟ ପାଇଁ ତାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ତାମିଲିସାଇ ସୌନ୍ଦାରାଜନ ମଧ୍ୟ ସମ୍ମାନିତ କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ଉତ୍ତର ଦିଲ୍ଲୀ ସାଂସ୍କୃତିକ ଏକାଡେମୀ ଦ୍ୱାରା ଜାତୀୟ ପୁରସ୍କାର ମଧ୍ୟ ଦିଆଯାଇଛି। ୨୦୧୭ ଏବଂ ୨୦୧୯ ରେ ଆନ୍ତର୍ଜାତୀୟ ଅର୍ଡର ବୁକ ଅଫ ରେକର୍ଡସ ପୁରସ୍କାର ତାଙ୍କୁ ମିଳିଛି। ଏପର୍ଯ୍ୟନ୍ତ ସେ ୨୦୦୦ରୁ ଅଧିକ ମାଇକ୍ରୋ ଆର୍ଟ ଉପରେ କାମ କରିଛନ୍ତି ମୁଁ ସର୍ବଦା କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲି ଏବଂ ପିଲାଦିନରୁ ଅନେକ ପୁରସ୍କାର ଜିତିଥିଲି। ଚାରି ବର୍ଷ ପୂର୍ବେ ଚାଉଳ ଶସ୍ୟରେ ଭଗବାନ ଗଣେଶଙ୍କ ଚିତ୍ର କରି ମୁଁ ମାଇକ୍ରୋ ଆର୍ଟ କାର୍ଯ୍ୟ ଆରମ୍ଭ କରିଥିଲି।ଏହା ପରେ ଚାଉଳର ଏକ ଶସ୍ୟ ଉପରେ ଇଂରାଜୀର ସମ୍ପୂର୍ଣ୍ଣ ବର୍ଣ୍ଣମାଳା ଲେଖିଥିଲି ବୋଲି ସ୍ବାରିକା କହିଛନ୍ତି। ଭବିଷ୍ୟତରେ ଜଣେ ବିଚାରପତି ଏବଂ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ହେବାକୁ ସେ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri