ଭବାନୀପାଟଣା/ନର୍ଲା,୧୩।୭(ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଧୁଷଗୁଡାର ରେତ ଡ୍ୟାମରେ ବୁଡି ବୁଧବାର ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ସେ ହେଲେ ଭବାନୀପାଟଣା ସହରର ପଣ୍ଡା ଫ୍ରୁଡସ୍ ମାଲିକ ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା (୨୧)। ବୁଧବାର ପୂର୍ବାହ୍ନରେ ଭବାନୀପାଟଣାର ୩ଜଣ କଲେଜ ଛାତ୍ର ଓ ୨ ଛାତ୍ରୀ ଡ୍ୟାମକୁ ବୁଲିବା ପାଇଁ ଆସିଥିଲେ। ବୁଲୁଥିବା ସମୟରେ ସାଲୁ ଅସାବଧାନ ଯୋଗୁ ଡ୍ୟାମ ଭିତରକୁ ଖସି ପଡ଼ିଥିଲେ। ସାଥି ଛାତ୍ରୀଛାତ୍ରମାନେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ ଗଭୀର ପାଣି ଯୋଗୁ ଉଦ୍ଧାର କରିପାରି ନ ଥିଲେ। ଖବର ପାଇ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ୮ ଘଣ୍ଟା ପରେ ମଧ୍ୟ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳି ନ ଥିବା ଜଣାପଡିଛି। ରାତି ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଗୁରୁବାର ସକାଳୁୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଓଡ୍ରାପ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ବୋଲି ଜଣାପଡିଛି। ଘଟଣାସ୍ଥଳରେ ନର୍ଲା ତହସିଲଦାର ଶଙ୍କର ବାଗ, ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ସମେତ ପୋଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି ଘଟଣାରେ ସାଲୁଙ୍କ ସହ ଯାଇଥିବା ୪ ଛାତ୍ରୀଛାତ୍ରଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ନିଖୋଜ ଛାତ୍ର ସାଲୁଙ୍କ କକା ନବଚରଣ ପଣ୍ଡା ତାଙ୍କ ପୁତୁରାଙ୍କୁ ଉପରୋକ୍ତ ଛାତ୍ରୀଛାତ୍ରମାନେ ଡ୍ୟାମକୁ ନେଇ ଠେଲି ଦେଇଥିବା ସନ୍ଦେହରେ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, କଳାହାଣ୍ଡି View All
ଏଇ ଭାରତରେ
ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…
ତଳ ଅଫିସର
ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍ରେ ଯାତ୍ରୀଙ୍କ…
ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ
ଓ୍ବାଶିଂଟନ୍,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…
ବିଶ୍ୱ ପାଇଁ ଚେତାବନୀ
ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…
ଜୈନଧର୍ମରେ ମହିଳା
ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…
ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର
ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍ଘାଟିତ…
ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ
ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…
୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ
କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍ଏଚ୍-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…
Archives

