ଭବାନୀପାଟଣା/ନର୍ଲା,୧୩।୭(ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଧୁଷଗୁଡାର ରେତ ଡ୍ୟାମରେ ବୁଡି ବୁଧବାର ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ସେ ହେଲେ ଭବାନୀପାଟଣା ସହରର ପଣ୍ଡା ଫ୍ରୁଡସ୍ ମାଲିକ ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା (୨୧)। ବୁଧବାର ପୂର୍ବାହ୍ନରେ ଭବାନୀପାଟଣାର ୩ଜଣ କଲେଜ ଛାତ୍ର ଓ ୨ ଛାତ୍ରୀ ଡ୍ୟାମକୁ ବୁଲିବା ପାଇଁ ଆସିଥିଲେ। ବୁଲୁଥିବା ସମୟରେ ସାଲୁ ଅସାବଧାନ ଯୋଗୁ ଡ୍ୟାମ ଭିତରକୁ ଖସି ପଡ଼ିଥିଲେ। ସାଥି ଛାତ୍ରୀଛାତ୍ରମାନେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ ଗଭୀର ପାଣି ଯୋଗୁ ଉଦ୍ଧାର କରିପାରି ନ ଥିଲେ। ଖବର ପାଇ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ୮ ଘଣ୍ଟା ପରେ ମଧ୍ୟ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳି ନ ଥିବା ଜଣାପଡିଛି। ରାତି ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଗୁରୁବାର ସକାଳୁୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଓଡ୍ରାପ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ ବୋଲି ଜଣାପଡିଛି। ଘଟଣାସ୍ଥଳରେ ନର୍ଲା ତହସିଲଦାର ଶଙ୍କର ବାଗ, ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ସମେତ ପୋଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି ଘଟଣାରେ ସାଲୁଙ୍କ ସହ ଯାଇଥିବା ୪ ଛାତ୍ରୀଛାତ୍ରଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ନିଖୋଜ ଛାତ୍ର ସାଲୁଙ୍କ କକା ନବଚରଣ ପଣ୍ଡା ତାଙ୍କ ପୁତୁରାଙ୍କୁ ଉପରୋକ୍ତ ଛାତ୍ରୀଛାତ୍ରମାନେ ଡ୍ୟାମକୁ ନେଇ ଠେଲି ଦେଇଥିବା ସନ୍ଦେହରେ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, କଳାହାଣ୍ଡି View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


