ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ମୃତ

କଣ୍ଟାପଡ଼ା,୨୦ା୨ (ସୁରନାରାୟଣ ସାହୁ): କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଡିମିରି ଗ୍ରାମପଞ୍ଚାୟତର ନୋଦା ନୋଡାଲ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ବୁଧବାର ଅପରାହ୍ନରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିଶିର ଭୋଇଙ୍କ ଏକମାତ୍ର ପୁତ୍ର ସାଇସ୍ବରୂପ ଭୋଇ(୧୧)। କ୍ଷତିପୂରଣ ଦାବିରେ ଉକ୍ତ ଛାତ୍ରଙ୍କ ପରିବାର ଓ ଉତ୍ତ୍ୟକ୍ତ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକୋ କରି ବସି ରହିଥିଲେ। ଖବର ଲେଖାହେବା ବେଳକୁ ରାସ୍ତାରୋକୋ
ଜାରି ରହିଥିଲା।

ଖବର ମୁତାବକ, ବୁଧବାର ମଧ୍ୟାହ୍ନଭୋଜନ ଖାଇସାରିବା ପରେ ବିଦ୍ୟାଳୟ ଛାତ୍ରୀଛାତ୍ର ଖେଳାଖେଳି କରୁଥିଲେ। ଏହି ସମୟରେ ସାଇସ୍ବରୂପ ଓ ତାଙ୍କ ସହପାଠୀମାନେ ଲୁଚକାଳି ଖେଳୁଥିଲେ। ସାଇସ୍ବରୂପ ବିଦ୍ୟାଳୟ ପରିସରସ୍ଥ ଏକ ପାଚେରିର ବାହାରପଟେ ଲୁଚିଥିଲେ। ଏହି ସମୟରେ ଖେଳୁଥିବା ଅନ୍ୟ ଛାତ୍ରମାନେ ଉକ୍ତ ପାଚେରି ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବାବେଳେ ତାହା ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ସାଇସ୍ବରୂପ ପାଚେରି ତଳେ ଚାପି ହୋଇ ରହିଯାଇଥିଲେ। ବିଦ୍ୟାଳୟ ଶିକ୍ଷକ ଓ ସହପାଠୀମାନେ ସାଇସ୍ବରୂପଙ୍କୁ ସେଠାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅଡ଼ଶପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର କୁମାର ରାଉତରାୟ ସ୍କୁଲରେ ଅନୁପସ୍ଥିତ ଥିଲାବେଳେ ଘଟଣା ବାବଦରେ ଖବର ପାଇ ସେଠାରେ ପହଞ୍ଚି ସାଇସ୍ବରୂପଙ୍କୁ ନେଇ ଏସ୍‌ସିବି ମେଡିକାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ କଣ୍ଟାପଡ଼ା ଅତିରିକ୍ତ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶିନୀ ବଳ, କଣ୍ଟାପଡ଼ା ବିଡିଓ ସ୍ବପ୍ନିତା ନାୟକ, କଟକ ସଦର ଉପଖଣ୍ଡ ଅଧିକାରୀ କିରଣ କୁମାର ହେମ୍ବ୍ରମ, ଗୋବିନ୍ଦପୁର ଥାନାଧିକାରୀ ସୋନାଲି ଆନନ୍ଦ ସଶସ୍ତ୍ର ପୋଲିସ ଫୋର୍ସ ସହ ବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସରକାରଙ୍କ ପକ୍ଷରୁ ଯାହା ସହାୟତା ଦିଆଯିବା କଥା ତାହା ପ୍ରଦାନ କରାଯିବ ବୋଲି ଅତିରିକ୍ତ ତହସିଲଦାର ବଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ ଜାରି ରଖିଥିଲେ। ସାରେ ମୃତ ଛାତ୍ରଙ୍କ ବାପା ଶିଶିର ଭୋଇ ପାଚେରି ନିର୍ମାଣ କରିଥିବା ଠିକାଦାରଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଗୋବିନ୍ଦପୁର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ରାଉତରାୟ ଘଟଣା ବାବଦରେ କହିଛନ୍ତି, ଉକ୍ତ ପାଚେରି ୭ ବର୍ଷେ ନିର୍ମାଣ ତିଆରି ହୋଇଥିବାବେଳେ ୨୦୨୧ ମସିହାରେ ତାହାର ମରାମତି ହୋଇଥିଲା। ବର୍ତ୍ତମାନ ତାହା ଦୁର୍ବଳ ହୋଇପଡ଼ିଥିଲା। ଫଳରେ ପାଚେରି ଭୁଶୁଡ଼ି ପଡ଼ି ଏପରି ଅଘଟଣ ଘଟିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ତେବେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସେଥିରେ ସହଯୋଗ କରିବେ ବୋଲି ସହମତି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri