ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍‌: ମସ୍କ

ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ସୁନୀତାଙ୍କୁ ବିଭିନ୍ନ ରାଜନୈତିକ କାରଣରୁ ବାଇଡେନ୍‌ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିବା ନେଇ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ପରାମର୍ଶଦାତା ତଥା ସ୍ପେସ୍‌ ଏକ୍ସ’ ପ୍ରତିଷ୍ଠାତା ଏଲନ ମସ୍କ ଏକ ଆମେରିକୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ଏହି ସାକ୍ଷାତ୍‌କାରରେ ଟ୍ରମ୍ପ୍‌ କହିଛନ୍ତି, ବାଇଡେନ୍‌ ପ୍ରଶାସନ ସୁନୀତାଙ୍କୁ ମହାକାଶରେ ଫସାଇ ଦେଇଥିଲେ। ଟ୍ରମ୍ପ୍‌ଙ୍କୁ ମସ୍କ ସମର୍ଥନ ଜଣାଇ କହିଛନ୍ତି, ଆମେରିକାର ପୂର୍ବ ପ୍ରଶାସନ ସମୟରେ ସୁନୀତାଙ୍କୁ ମହାକାଶ ପଠାଯାଇଥିବା ବେଳେ ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ବିଶେଷ ଉଦ୍ୟମ ହୋଇ ନ ଥିଲା। ସୁନୀତା ଏବଂ ବୁଚ୍‌ଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ନେଇ ପଚରାଯିବାରୁ ମସ୍କ କହଛନ୍ତି, ପୂର୍ବରୁ ବହୁବାର ଆଇଏସ୍‌ଏସ୍‌ରୁ ମହାକାଶଯାତ୍ରୀଙ୍କୁ ସଫଳତାର ସହ ଫେରାଇ ଅଣାଯାଇଛି। ଏଥିରେ କିଛି ନୂତନତ୍ତ୍ୱ ନାହିଁ। ଆଉ ୪ ସପ୍ତାହ ମଧ୍ୟରେ ଉଭୟ ସୁନୀତା ଏବଂ ବୁଚ୍‌ଙ୍କୁ ପୃଥିବୀ ଫେରାଇ ଅଣାଯିବାର ମିଶନ ସଫଳ ହେବ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଅନୁରୋଧ କ୍ରମେ ସ୍ପେସ୍‌ ଏକ୍ସ’ ଏବଂ ନାସା ପକ୍ଷରୁ ଉଭୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ଗତିଶୀଳ କରାଯାଇଛି। ବାଇଡେନ୍‌ ପ୍ରଶାସନ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ହାସ୍ୟାସ୍ପଦ ଭାବେ ସ୍ଥଗିତ କରି ରଖିଥିଲେ ବୋଲି ମସ୍କ କହିଛନ୍ତି। ଏହା ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଦାବି କରି କହିଛନ୍ତି, ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ବାଇଡେନ୍‌ଙ୍କ ପ୍ରଶାସନ ମସ୍କଙ୍କର କମ୍ପାନୀ ସ୍ପେସ୍‌ ଏକ୍ସ’କୁ ଗ୍ରୀନ୍‌ ସିଗନାଲ ଦେଇ ନ ଥିଲେ। ପ୍ରକାଶ ଯେ, ୨୦୨୪ ଜୁନ୍‌ରେ ଉଭୟ ସୁନୀତା ଏବଂ ବୁଚ୍‌ ଏକ ୮ ଦିନିଆ ମିଶନରେ ଆଇଏସ୍‌ଏସ୍‌ ଯାଇଥିବାବେଳେ ବୋଇଂ ଏୟାରଲାଇନ୍ସ କ୍ୟାପ୍‌ଶୁଲରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ସେମାନେ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ସିୟା ଅଗ୍ରଓ୍ବାଲ୍‌ଙ୍କ ପିତା: ଯଦି ମୋ ଝିଅ କେତନଙ୍କୁ ମାରିଛି ତେବେ…

ପୁଣେ,୨୬।୬: ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରେମିକା ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ…

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ,ଝଡବର୍ଷା ସମ୍ଭାବନା : ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୬ା୬(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଅପରପକ୍ଷେ ଉପକୂଳ ଓଡ଼ିଶାର କିଛି ଜିଲାରେ ଗତ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କଲେ ରାହୁଲ: ଘଟଣା ଜଣାପଡ଼ିବା ପରେ…

ଦେବଗଡ,୨୬।୬(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ କାଲକାଠ ଗ୍ରାମର ଯୋଗେଶ୍ୱର ପାତ୍ରଙ୍କ ପୁଅ ରାହୁଲ ପାତ୍ର (୧୯)କୁ…

କ୍ରିଷ୍ଣା ବିକାଶ ଗ୍ରୁପର ଅଭୂତପୂର୍ବ ସଫଳତା: ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଲେ ୬୦ଜଣ ଛାତ୍ରୀଛାତ୍ର

ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ…

ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ, ଉଦବେଗ ପ୍ରକାଶ କଲେ ଗଜପତି ମହାରାଜା

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ଦେଖାଦେଇଛି। ଭୁବନେଶ୍ୱରସ୍ଥିତ ଏଲି ଆନିମେସନ୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ଅଫିସିଆଲ ଟ୍ରେଲର…

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri