ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ ଜଣେ ଛାତ୍ର ସ୍କୁଲରେ ମଦ ପିଇ ଶୋଇ ପଡ଼ିଥିବା ଖବର ସାମ୍ନାକୁ ଆସିଛି ।
ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତା ଶୂନ୍ୟ ହୋଇ ଗୁରୁବାର ସ୍କୁଲ ପରିସରରେ ପଡି ଯାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡକାଇ ଦୁଇ ଛାତ୍ରଙ୍କୁ ଅଭିଭାବକଙ୍କ ଜିମା ଦେଇଛନ୍ତି । ସେପଟେ ନିଶାସକ୍ତ ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ମୋ ପୁଅ ଘରୁ ମଦ ପିଇ ଆସି ନାହିଁ । ବିଦ୍ୟାଳୟରେ ମଦ୍ୟପାନ କରିଛି । ପ୍ରଧାନ ଶିକ୍ଷକ ଏହାକୁ ଖଣ୍ଡନ କରି କହିଛନ୍ତି ମଦ ବାହାରେ ପିଇ ଆସିଥିବାର ଅନୁମାନ କରାଯାଉଛି । ତେବେ ସ୍କୁଲରେ ଛାତ୍ର ମଦ ପିଇବା ଏକ ଚିନ୍ତାଜନକ ବିଷୟ ଅଟେ ।

