ମୋରଡ଼ା ନିର୍ବାଚନମଣ୍ଡଳୀ: ବିକାଶ ମଣ୍ଡଳ ହେଲେ ଛାତ୍ର କଂଗ୍ରେସ ସଭାପତି

ମୋରଡ଼ା,୧।୯(ସ୍ମାରକ ମାଜୀ): ମୋରଡ଼ା ନିର୍ବାଚନମଣ୍ଡଳୀର ନୂତନ ଛାତ୍ର କଂଗ୍ରେସ ସଭାପତି ଭାବେ ବିକାଶ ମଣ୍ଡଳ ନିଯୁକ୍ତ ହୋଇଛନ୍ତି l ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ୩୩ଜଣ ନୂତନ ସଭାପତି ନିଯୁକ୍ତି ଘୋଷଣା କରିଥିବା ବେଳେ ମୋରଡା, ରାସଗୋବିନ୍ଦପୁର ଶୁଳିଆପଦା ବ୍ଲକକୁ ନେଇ ଗଠିତ ମୋରଡା ନିର୍ବାଚନମଣ୍ଡଳୀର ସଭାପତି ଭାବେ ବିକାଶଙ୍କୁ ନିଯୁକ୍ତ କରାଯାଇଛି।

୩ଟି ବ୍ଲକର ଛାତ୍ର ସଂଗଠନକୁ ମଜଭୁତ କରିବା ସହିତ କଂଗ୍ରେସ ସଂଗଠନକୁ ଆଗକୁ ନେବାକୁ ଉଦ୍ୟମ କରିବେ ବୋଲି ବିକାଶ କହିଛନ୍ତି। ଏପରି କି ସେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ଜିଲାର ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ର, ପୂର୍ବତନ ବ୍ଲକ ସଭାପତି ଘାସିରାମ ବେହେରାଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।