ପରୀକ୍ଷାଫଳକୁ ନେଇ ଦ୍ବନ୍ଦ୍ୱରେ ଛାତ୍ରୀଛାତ୍ର

ବାରିପଦା ଅଫିସ,୭ା୪: ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମ୍ମିଳିତ ବି.ଇଡି. ଏମ.ଇଡି. ଛାତ୍ରୀଛାତ୍ରମାନଙ୍କ ପରୀକ୍ଷାଫଳକୁ ନେଇ ଲାଗିଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଦାବି କରିଛନ୍ତି। ବିଭାଗର ଶେଷ ବର୍ଷ ଛାତ୍ର ତଥା ମୟୂରଭଞ୍ଜ ଜିଲା ବିଜୁ ଛାତ୍ର ଜନତା ଦଳର ଜିଲା ଉପ ସଭାପତି ଶୁଭଜିତ ପାଣିଙ୍କ ନେତୃତ୍ୱରେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯେ, ଉକ୍ତ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନେ ଏକା ସହ ବି.ଇଡି. ଓ ଅନ୍ୟଟି ଏମ.ଇଡି. ଦୁଇଟି ଡିଗ୍ରୀ ହାସଲ କରିବେ। ତେବେ କେତେକ ଜାଗାରେ କେବଳ ବି.ଇଡି. କିମ୍ବା ଏମ.ଇଡି. ମାର୍କ ମାଗିଲେ ଛାତ୍ରୀଛାତ୍ରମାନେ ଦେବାରେ ବିଫଳ ହେଉଛନ୍ତି। ତେବେ ସେମାନେ ଗୋଟିଏ ମାର୍କସିଟ ଦୁଇଟି ଡ଼ିଗ୍ରୀ ପାଇଁ ଅଲଗା ଅଲଗା ମାର୍କ ଦର୍ଶାଇବା ପାଇଁ ନିବେଦନ କରିଛନ୍ତି ।
ଅନ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସ୍ନେହାଶିଷ ମହାନ୍ତି, ସ୍ବୟମ ପ୍ରଜ୍ଞା ପଲେଇ, ଦୀପକ କୁମାର ବେହେରା, ସୁମନ ସଙ୍ଗୀତା ଜେନା, ସ୍ମାରକୀ ପଣ୍ଡା, ନବଜ୍ୟୋତି ଶାଶ୍ୱତ ମହାନ୍ତ, ସରୋଜ କୁମାର ନାୟକ, ଗୁରୁପ୍ରସାଦ ସାହୁ, ପ୍ରବୀଣ କୁମାର ସାହୁ, ସନ୍ତୋଷ କୁମାର ଜେନା, ଦେବାହୋତି ସାଏନ୍ତ, ବର୍ଷା ବନିତା ଜେନା, ପ୍ରଣବକାନ୍ତି ଦତ୍ତ, ପରମେଶ୍ବର ବାରିକ, ଅକ୍ରୁର ବୈରାଗୀ, ଦେବଦତ୍ତ ମିଶ୍ର, ଶିବାନୀ ପ୍ରିୟଦର୍ଶିନୀ ଓ ନମିତା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।