Posted inରାଜ୍ୟ

ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗା ମାଡ଼: ସାମ୍ନାକୁ ଆସିଲା ପୂରା ଘଟଣା

ଚଣ୍ଡିଖୋଲ,୧। ୯(ଡି.ଏନ.ଏ.): ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛାତ୍ରଙ୍କୁ ରାସ୍ତାରେ ଅନ୍ୟ କିଛି ଛାତ୍ର ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ପିଟୁଛନ୍ତି। ହତ୍ୟା ଧମକ ମିଳିବା ପରେ ପୀଡ଼ିତଙ୍କ ବାପା ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି ବାଲିଚନ୍ଦ୍ରପୁର ଥାନାରେ। ଏଥି ସହ ସାମ୍ନାକୁ ଆସିଛି ପୂରା ଘଟଣା।

ଅଭିଯୋଗରେ ଦର୍ଶାଯାଇଛି, ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିକୁଦା ଗ୍ରାମର ଅନିରୁଦ୍ଧ ଦଳାଇଙ୍କ ପୁଅ ରାଜା ବରୀ ବ୍ଲକ ସ୍ଥିତ ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ପାଞ୍ଚ ମାସ ତଳେ ଅର୍ଥାତ ମାର୍ଚ୍ଚ ୧୬ରେ ରାଜା ମହାବିଦ୍ୟାଳୟରୁ ଫେରୁଥିଲେ। ବାଲିଚନ୍ଦ୍ରପୁର ଥାନା ଅଧୀନ ବରପଦା ପଞ୍ଚାୟତ ପଙ୍କହୁଡ଼ା ଛକ ନିକଟରେ ରାଜାଙ୍କୁ ହଠାତ୍‌ ଠେଙ୍ଗାରେ ଆକ୍ରମଣ କରିଥିଲେ ୫ଜଣ ଛାତ୍ର। ରାଜା ପ୍ରାଣ ବିକଳରେ ଦୌଡୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ବାଡ଼େଇଥିଲେ ସହପାଠୀ। ଏହି ଦୃଶ୍ୟକୁ ମୋବାଇଲରେ ଉତ୍ତୋଳନ କରିଥିଲେ ବାଡ଼େଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ। ସେତେବେଳେ ମାଡ଼ ମାରିଥିବା ଛାତ୍ରଙ୍କ ଅଭିଭାବକ ଓ କେତେଜଣ ମୁରବୀଙ୍କ ହସ୍ତକ୍ଷେପ ପରେ ଆପୋସ ସମାଧାନ ହୋଇଥିଲା। ମାତ୍ର ଏବେ ସେହି ସହପାଠୀମାନେ ରାଜାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ପାଞ୍ଚ ମାସ ତଳର ଭିଡିଓକୁ ଭାଇରାଲ କରି ଦେଇଛନ୍ତି।

ସୋସିଆଲ ମିଡିଆରେ ୩ ମିନିଟର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ହିଂସା ଆଚରଣ କରିଥିବା ଛାତ୍ରଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଗଣ୍ଡଗୋଳ କରୁଥିବା ଛାତ୍ରମାନେ ମହାବିଦ୍ୟାଳୟର ୟୁନିଫର୍ମ ପିନ୍ଧି ଥିବାରୁ ଘଟଣା ବରୀ ଅଞ୍ଚଳରେ ଘଟିଥିବା ଆଲୋଚନା ହେଉଥିଲା। କିନ୍ତୁ ମଙ୍ଗଳବାର ରାଜାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି। ଏନେଇ ଥାନାଧିକାରୀ ବିଜୟନୀ ମଲ୍ଲଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri