Categories: ଜାତୀୟ

ବିନା ଟିକାରେ ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ୍‌

ନୂଆଦିଲ୍ଲୀ,୪।୫ : ତୁରନ୍ତ କୋଭିଡ୍‌ ଟିକା ନ ଦେଲେ ବିମାନ ଉଡ଼ାଇବାକୁ ମନା କରି ଦେଇଛନ୍ତି ଏୟାର ଇଣ୍ଡିଆ (ଏଆଇ) ପାଇଲଟ୍‌ମାନେ। ଗତ ଏକ ବର୍ଷ ମଧ୍ୟରେ ଏଆଇର ପାଇଲଟ୍‌ଙ୍କ ସମେତ ବହୁ ସଂଖ୍ୟାରେ କ୍ର୍ୟୁ ମେମ୍ବର କୋଭିଡ୍‌ ପଜିଟିଭ ବାହାରିବା ପରେ ଏଭଳି ଦାବି ରଖାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜୀବନ ମଧ୍ୟ ହରାଇଛନ୍ତିି।

ଭାରତୀୟ ବେସାମରୀକ ପାଇଲଟ୍‌ ଆସୋସିଏଶନ (ଆଇସିପିଏ)ର ସଦସ୍ୟ ଓ ସେମାନଙ୍କ ପରିବାରବର୍ଗ ଅକ୍ସିଜେନ ସିଲିଣ୍ଡର ପାଇଁ ସଂଘର୍ଷ କରୁଛନ୍ତି। ହସ୍ପିଟାଲ ପାଇଁ ଆମକୁ ଖର୍ଚ୍ଚ କରିବାକୁ ପଡ଼ୁଛି। ବିମାନ କ୍ରୁ ମେମ୍ବରଙ୍କ ପାଇଁ କୌଣସି ସ୍ବାସ୍ଥ୍ୟ ସେବା କିମ୍ବା ଜୀବନ ବିମା ବ୍ୟବସ୍ଥା ନାହିଁ। ସୁଯୋଗର ଫାଇଦା ଉଠାଇ ଆମ ଦରମା କାଟ୍‌ କରାଯାଉଛି। ବିନା ଟିକାରେ ଆମ ପାଇଲଟ୍‌ଙ୍କ ଜୀବନକୁ ବାଜି ଲଗାଇ ପାରିବୁ ନାହିଁ ବୋଲି ଏଆଇ ମ୍ୟାନେଜମେଣ୍ଟକୁ ଚିଠି ଲେଖିଛି ଆଇସିପିଏ। ଯଦି ଏୟାର ଇଣ୍ଡିଆ ଆମ ଦାବି ପୂରଣ ନ କରି ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ଗୁରୁତ୍ୱ ଦିଏ, ତେବେ ଆମେ କାମ ବନ୍ଦ କରିଦେବୁ ବୋଲି ପାଇଲଟମାନେ ଧମକ ଦେଇଛନ୍ତି।

ବର୍ତ୍ତମାନ ୨ ପାଇଲଟ ( ଜଣେ କୋଭିଡ୍‌ ଆକ୍ରାନ୍ତ)ଙ୍କ ସମେତ ୧୦ ଏଆଇ କ୍ରୁ ମେମ୍ବରଙ୍କୁ ରୋମରେ ୧୦ ଦିନ ହେଲା କ୍ୱରେଣ୍ଟିନ ରଖାଯାଇଛି।

Share