Posted inଜାତୀୟ

ବିନା ଟିକାରେ ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ୍‌

ନୂଆଦିଲ୍ଲୀ,୪।୫ : ତୁରନ୍ତ କୋଭିଡ୍‌ ଟିକା ନ ଦେଲେ ବିମାନ ଉଡ଼ାଇବାକୁ ମନା କରି ଦେଇଛନ୍ତି ଏୟାର ଇଣ୍ଡିଆ (ଏଆଇ) ପାଇଲଟ୍‌ମାନେ। ଗତ ଏକ ବର୍ଷ ମଧ୍ୟରେ ଏଆଇର ପାଇଲଟ୍‌ଙ୍କ ସମେତ ବହୁ ସଂଖ୍ୟାରେ କ୍ର୍ୟୁ ମେମ୍ବର କୋଭିଡ୍‌ ପଜିଟିଭ ବାହାରିବା ପରେ ଏଭଳି ଦାବି ରଖାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜୀବନ ମଧ୍ୟ ହରାଇଛନ୍ତିି।

ଭାରତୀୟ ବେସାମରୀକ ପାଇଲଟ୍‌ ଆସୋସିଏଶନ (ଆଇସିପିଏ)ର ସଦସ୍ୟ ଓ ସେମାନଙ୍କ ପରିବାରବର୍ଗ ଅକ୍ସିଜେନ ସିଲିଣ୍ଡର ପାଇଁ ସଂଘର୍ଷ କରୁଛନ୍ତି। ହସ୍ପିଟାଲ ପାଇଁ ଆମକୁ ଖର୍ଚ୍ଚ କରିବାକୁ ପଡ଼ୁଛି। ବିମାନ କ୍ରୁ ମେମ୍ବରଙ୍କ ପାଇଁ କୌଣସି ସ୍ବାସ୍ଥ୍ୟ ସେବା କିମ୍ବା ଜୀବନ ବିମା ବ୍ୟବସ୍ଥା ନାହିଁ। ସୁଯୋଗର ଫାଇଦା ଉଠାଇ ଆମ ଦରମା କାଟ୍‌ କରାଯାଉଛି। ବିନା ଟିକାରେ ଆମ ପାଇଲଟ୍‌ଙ୍କ ଜୀବନକୁ ବାଜି ଲଗାଇ ପାରିବୁ ନାହିଁ ବୋଲି ଏଆଇ ମ୍ୟାନେଜମେଣ୍ଟକୁ ଚିଠି ଲେଖିଛି ଆଇସିପିଏ। ଯଦି ଏୟାର ଇଣ୍ଡିଆ ଆମ ଦାବି ପୂରଣ ନ କରି ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ଗୁରୁତ୍ୱ ଦିଏ, ତେବେ ଆମେ କାମ ବନ୍ଦ କରିଦେବୁ ବୋଲି ପାଇଲଟମାନେ ଧମକ ଦେଇଛନ୍ତି।

ବର୍ତ୍ତମାନ ୨ ପାଇଲଟ ( ଜଣେ କୋଭିଡ୍‌ ଆକ୍ରାନ୍ତ)ଙ୍କ ସମେତ ୧୦ ଏଆଇ କ୍ରୁ ମେମ୍ବରଙ୍କୁ ରୋମରେ ୧୦ ଦିନ ହେଲା କ୍ୱରେଣ୍ଟିନ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri