କୋଶଲ ରାଜ୍ୟ ଗଠନ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ

କର୍ଲାମୁଣ୍ଡା:୧୮।୧୧(ପ୍ରଦୀପ କୁମାର ସାହୁ): ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଦୋକାନ, ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇ ଥିଲା।

ଏପରିକି ସରକାରୀ, ବେସରକାରୀ ଦପ୍ତର, ସ୍କୁଲ ବନ୍ଦ ରହିଛି। କୋଶଲ ସେନାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଏଥିରେ ସାମିଲ ହୋଇଥିବା ବେଳେ ଅନେକ ଅନୁଷ୍ଠାନ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୋଶଲ ରାଜ୍ୟ ଗଠନ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କୋଶଲ ସଂଗ୍ରାମୀମାନେ ଚେତାବନୀ ଦେଇଛନ୍ତି। ଏଥିରେ ଦିଲୀପ କୁମାର ସାହୁ, ଜ୍ୟୋତିରଞ୍ଜନ ପଧାନ, ଅମିତ ସାହୁ, ଆକାଶ ପଧାନ, ସ୍ବାଗତ ଦାସଙ୍କ ସହ କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ଅଞ୍ଚଳର ଯୁବଗୋଷ୍ଠୀ ସାମିଲ ହୋଇଥିଲେ।