Posted inଜାତୀୟ

ପଶ୍ଚିମବଙ୍ଗ ରାଜରାସ୍ତାରେ ସଂଗ୍ରାମ, ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି…

କୋଲକାତା, ୧୩।୯ : ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ଜିତିପାରିନଥିଲେ ମଧ୍ୟ ଏହା ୭୭ଟି ସିଟ ହାସଲ କରି ମୁଖ୍ୟ ବିରୋଧୀ ଦଳ ହୋଇପାରିଥିଲା। କିନ୍ତୁ ଆଶା କରାଯାଉଥିବା ପ୍ରଦର୍ଶନ ଅଭାବରୁ ଲୋକସଭା ନିର୍ବାଚନରେ ଏହାର ଆଶା ନେଇ ସନ୍ଦେହ ଉପୁଜିଥିଲା। ୨୦୧୯ ଲୋକସଭାରେ ୧୮ ଟି ଆସନ ଜିତିଥିବା ଭାଜପା ରାଜ୍ୟରେ ମିଶନ ୨୦୨୪ ପାଇଁ ଅଣ୍ଟା ଭିଡ଼ିଛି।

ମଙ୍ଗଳବାର କୋଲକାତାରେ ସଚିବାଳୟ ଚାଲୋ ଅଭିଯାନ ବ୍ୟତୀତ ହଜାର ହଜାର ଭାଜପା କର୍ମୀ ରାଜରାସ୍ତାରେ ଜୋରଦାର ପ୍ରଦର୍ଶନ କରିଥିଲେ। ଭାଜପା ମିଶନ ୨୦୨୪ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ଘେରି ରହି ଏକ ପରିବେଶ ସୃଷ୍ଟି କରିବା ଆରମ୍ଭ କରିଛି। ଏଥି ସହିତ ତିନି ଦଶନ୍ଧି ଧରି ପଶ୍ଚିମବଙ୍ଗକୁ ଶାସନ କରିଥିବା ବାମପନ୍ଥୀ ଦଳ ଏବଂ କଂଗ୍ରେସର ଅନୁପସ୍ଥିତ ସ୍ପଷ୍ଟ ବାରି ହେଉଛି।

ଗୋଟିଏ ପଟେ ମମତା ବାନାର୍ଜୀ ମିଶନ ୨୦୨୪ପାଇଁ ବିରୋଧୀ ଏକତାକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଅପରପକ୍ଷରେ ଭାଜପା ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ନିକଟରେ ବିହାର ଭାଜପାର ସଭାପତି ଥିବା ମଙ୍ଗଲ ପାଣ୍ଡେଙ୍କୁ ପଶ୍ଚିମବଙ୍ଗକୁ ପଠାଇବା ମଧ୍ୟ ଭାଜପାର ସ୍ବତନ୍ତ୍ର ରଣନୀତିର ଏକ ଅଂଶ। ରାଜ୍ୟ ବିଧାନସଭା ନିର୍ବାଚନରେ ଇଚ୍ଛାକୃତ ଫଳାଫଳ ନ ପାଇବା ସତ୍ତ୍ୱେ ଭାଜପା ପ୍ରୟାସ ଜାରି ରଖିଛି। ବିଭିନ୍ନ ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବରେ ମମତା ସରକାରଙ୍କୁ ଘେରି ରହିଛି।

ବିଶେଷ କରି ନିକଟରେ ମମତା ସରକାରଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ ଯେଉଁଭଳି ଭାବେ ଦୁର୍ନୀତି ଅଭିଯୋଗ ଆଣାଯାଇଛି, ତାହା ଭାଜପାର ଶକ୍ତିକୁ ବୃଦ୍ଧି କରିଛି। ୨୦୧୪ ରେ ରାଜ୍ୟର ୪୨ ଟି ଲୋକସଭା ଆସନ ମଧ୍ୟରୁ ଦୁଇଟି ଜିତିଥିବା ଭାଜପା ୨୦୧୯ଲୋକସଭା ନିର୍ବାଚନରେ ଏହି ସଂଖ୍ୟାକୁ ୧୮କୁ ବୃଦ୍ଧି କରିଛି। ୨୦୨୪ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରିିବାକୁ ଭାଜପା ଲକ୍ଷ୍ୟ ରଖିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri