ବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷ

ସୁନାବେଡା/ସେମିଳିଗୁଡା,୧୩ା୩ (ସ୍ବ.ପ୍ର.):୧୯୬୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୁନାବେଡାରେ ମିଗ୍‌ ବିମାନ କାରଖାନା ନିର୍ମାଣ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ଏଠାକାର ଅଧିବାସୀଙ୍କୁ ସେତେବେବେଳ ବିସ୍ଥାପିତ କରାଯାଇଥିଲା। ଏହି ବିସ୍ଥାପନ ପ୍ରକ୍ରିୟାରେ ପେଟକଣା,ଲେଞ୍ଜିଗୁଡା,ଚେରେଙ୍ଗାଗୁଡା, ପଣସପୁଟ, ବାଉଁଶଗୁଡା, ପଦ୍ମପୁର, ଡୁମୁରିପୁଟ, ଆରକେ ମାଳିଗୁଡା, ଡୋଳିଆମ୍ବ, ଗୁଞ୍ଜା, କିରାଝୋଲା, ବଡ଼ ବୋଡ଼େଙ୍ଗା, ରାଜପୁଟ, ମୁଖିବିଡ଼ାଇ, ତାଲାପୁଟ, ପାଙ୍ଗିଗୁଡା, କାଡ଼ାମଗୁଡା, ପୁରୀ ମୁଣ୍ଡା, ବୁଢାପୁଟ, ଦୁଧାରି ଓ ସେମିଳିଗୁଡା ଅଞ୍ଚଳର ପ୍ରାୟ ୧୨ହଜାର ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ଏହିସବୁ ଜମି ପ୍ରତି ବଦଳରେ ବିସ୍ଥାପିତ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ସହ ବାସୋପଯୋଗୀ ଜାଗା ଦେବାକୁ ଚୁକ୍ତି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ କେତେକ ବିସ୍ଥାପିତଙ୍କୁ ଘର ଖଣ୍ଡେ ପାଇଁ ଜାଗାଟିଏ ମିଳିନାହିଁ। ଯାହାକୁ ନେଇ ରବିବାର ସେମିଳିଗୁଡା ବ୍ଳକ ଅଧୀନ ରାଜପୁଟ ପଞ୍ଚାୟତର ଓୟୁଏଟି ନିକଟ ଚୁଲାପାରି ଗ୍ରାମ ପଡ଼ିଆ ଠାରେ ହାଲ ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି ଓ ସମାଜିକ କର୍ମୀ ନନ୍ଦିବାଲି ଚୈତନ୍ୟଙ୍କ ନେତୃତ୍ୱରେ ୨୨ଟି ଗ୍ରାମର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି।
ଆୟୋଜିତ ଖବରଦାତା ସମ୍ମିଳନୀରେ ସେମାନେ କହିଛନ୍ତି, ପ୍ରତିଶ୍ରୁତି ଅନୁସାରେ, ସେମାନଙ୍କୁ ଏଯାଏ ସ୍ଥାୟୀ ଜାଗା ଖଣ୍ଡେ ମିଳି ନ ଥିବା ହେତୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପିଲା ପାଠ ପଢିବାକୁ ସ୍ଥାୟୀ ବାସଗୃହ ତଥା ଜାତିଗତ ପ୍ରମାଣ ପତ୍ର ମିଳିପାରୁ ନାହିଁ। ଏନେଇ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଗତ ୨୦୧୩ରେ ରାଜ୍ୟ ସରକାର ଜମି ଅଧିଗ୍ରହଣର ଏକ ନୂଆ ନିୟମ ଆଣିଥିଲେ । ଏହି ନିୟମ ଅନୁସାରେ କୌଣସି କାରଖାନା ଅଧିଗ୍ରହଣ କରିଥିବା ଜମିକୁ ଯଦି ଉପଯୋଗ ନକରି ଖାଲି ପକାଇ ରଖନ୍ତି ତେବେ ସେ ଜାଗାକୁ ଆବଶ୍ୟକ ସ୍ଥଳେ ବିସ୍ଥାପିତ ଲୋକଙ୍କୁ ଫେରାଇବେ। ତେବେ ଏଠାରେ ମଧ୍ୟ ହାଲ୍‌ ପ୍ରଶାସନ ଅଧିଗ୍ରହଣ କରିଥିବା ଗୁଡାଏ ଜମି ଦୀର୍ଘ ବର୍ଷ ଧରି ଖାଲି ପଡିରହିଛି। ସେହି ଜମିଗୁଡିକୁ ଜମିହରାଙ୍କୁ ଫେରାଇବାକୁ ଦାବି ହୋଇଆସୁଛି। ଏନେଇ ବିସ୍ଥାପିତ ସଂଘ ପକ୍ଷରୁ ବହୁବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସଭାପତି ମୁଦୁଲି କହିଛନ୍ତି। ଗ୍ରାମବାସୀଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଦଳେଇଗୁଡା ସରପଞ୍ଚ ପ୍ରତିନିଧି ମଙ୍ଗୁଡୁ ଜାନି, ସଂଘ କର୍ମକର୍ତ୍ତା ଗୁରୁ ଗାଦବା, ରାମ ରୁଢାଇ, ଅର୍ଜୁନ ରୁଢାଇ, ରବି ରୁଢାଇ, ବଳରାମ ହନ୍ତାଳ, ସମାରୁ ଖିଲ, ବାବୁଲା ମାଝୀ, ଘାସିରାମ ଦେଉଳପାଡିଆ, ଡମୁ ଓୟାଲ, ଘନ ଓୟାଲ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri