ବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷ

ସୁନାବେଡା/ସେମିଳିଗୁଡା,୧୩ା୩ (ସ୍ବ.ପ୍ର.):୧୯୬୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୁନାବେଡାରେ ମିଗ୍‌ ବିମାନ କାରଖାନା ନିର୍ମାଣ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ଏଠାକାର ଅଧିବାସୀଙ୍କୁ ସେତେବେବେଳ ବିସ୍ଥାପିତ କରାଯାଇଥିଲା। ଏହି ବିସ୍ଥାପନ ପ୍ରକ୍ରିୟାରେ ପେଟକଣା,ଲେଞ୍ଜିଗୁଡା,ଚେରେଙ୍ଗାଗୁଡା, ପଣସପୁଟ, ବାଉଁଶଗୁଡା, ପଦ୍ମପୁର, ଡୁମୁରିପୁଟ, ଆରକେ ମାଳିଗୁଡା, ଡୋଳିଆମ୍ବ, ଗୁଞ୍ଜା, କିରାଝୋଲା, ବଡ଼ ବୋଡ଼େଙ୍ଗା, ରାଜପୁଟ, ମୁଖିବିଡ଼ାଇ, ତାଲାପୁଟ, ପାଙ୍ଗିଗୁଡା, କାଡ଼ାମଗୁଡା, ପୁରୀ ମୁଣ୍ଡା, ବୁଢାପୁଟ, ଦୁଧାରି ଓ ସେମିଳିଗୁଡା ଅଞ୍ଚଳର ପ୍ରାୟ ୧୨ହଜାର ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିଲା। ଏହିସବୁ ଜମି ପ୍ରତି ବଦଳରେ ବିସ୍ଥାପିତ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ସହ ବାସୋପଯୋଗୀ ଜାଗା ଦେବାକୁ ଚୁକ୍ତି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ କେତେକ ବିସ୍ଥାପିତଙ୍କୁ ଘର ଖଣ୍ଡେ ପାଇଁ ଜାଗାଟିଏ ମିଳିନାହିଁ। ଯାହାକୁ ନେଇ ରବିବାର ସେମିଳିଗୁଡା ବ୍ଳକ ଅଧୀନ ରାଜପୁଟ ପଞ୍ଚାୟତର ଓୟୁଏଟି ନିକଟ ଚୁଲାପାରି ଗ୍ରାମ ପଡ଼ିଆ ଠାରେ ହାଲ ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି ଓ ସମାଜିକ କର୍ମୀ ନନ୍ଦିବାଲି ଚୈତନ୍ୟଙ୍କ ନେତୃତ୍ୱରେ ୨୨ଟି ଗ୍ରାମର ଶତାଧିକ ମହିଳା ପୁରୁଷ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି।
ଆୟୋଜିତ ଖବରଦାତା ସମ୍ମିଳନୀରେ ସେମାନେ କହିଛନ୍ତି, ପ୍ରତିଶ୍ରୁତି ଅନୁସାରେ, ସେମାନଙ୍କୁ ଏଯାଏ ସ୍ଥାୟୀ ଜାଗା ଖଣ୍ଡେ ମିଳି ନ ଥିବା ହେତୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପିଲା ପାଠ ପଢିବାକୁ ସ୍ଥାୟୀ ବାସଗୃହ ତଥା ଜାତିଗତ ପ୍ରମାଣ ପତ୍ର ମିଳିପାରୁ ନାହିଁ। ଏନେଇ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଗତ ୨୦୧୩ରେ ରାଜ୍ୟ ସରକାର ଜମି ଅଧିଗ୍ରହଣର ଏକ ନୂଆ ନିୟମ ଆଣିଥିଲେ । ଏହି ନିୟମ ଅନୁସାରେ କୌଣସି କାରଖାନା ଅଧିଗ୍ରହଣ କରିଥିବା ଜମିକୁ ଯଦି ଉପଯୋଗ ନକରି ଖାଲି ପକାଇ ରଖନ୍ତି ତେବେ ସେ ଜାଗାକୁ ଆବଶ୍ୟକ ସ୍ଥଳେ ବିସ୍ଥାପିତ ଲୋକଙ୍କୁ ଫେରାଇବେ। ତେବେ ଏଠାରେ ମଧ୍ୟ ହାଲ୍‌ ପ୍ରଶାସନ ଅଧିଗ୍ରହଣ କରିଥିବା ଗୁଡାଏ ଜମି ଦୀର୍ଘ ବର୍ଷ ଧରି ଖାଲି ପଡିରହିଛି। ସେହି ଜମିଗୁଡିକୁ ଜମିହରାଙ୍କୁ ଫେରାଇବାକୁ ଦାବି ହୋଇଆସୁଛି। ଏନେଇ ବିସ୍ଥାପିତ ସଂଘ ପକ୍ଷରୁ ବହୁବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସଭାପତି ମୁଦୁଲି କହିଛନ୍ତି। ଗ୍ରାମବାସୀଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଦଳେଇଗୁଡା ସରପଞ୍ଚ ପ୍ରତିନିଧି ମଙ୍ଗୁଡୁ ଜାନି, ସଂଘ କର୍ମକର୍ତ୍ତା ଗୁରୁ ଗାଦବା, ରାମ ରୁଢାଇ, ଅର୍ଜୁନ ରୁଢାଇ, ରବି ରୁଢାଇ, ବଳରାମ ହନ୍ତାଳ, ସମାରୁ ଖିଲ, ବାବୁଲା ମାଝୀ, ଘାସିରାମ ଦେଉଳପାଡିଆ, ଡମୁ ଓୟାଲ, ଘନ ଓୟାଲ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri