ଲାଇଭ୍‌ ମ୍ୟାଚରେ ବିଜୁଳି ମାରିବାରୁ ଜିଅନ୍ତା ଜଳିଗଲେ ଫୁଟବଲ୍‌ର, ଛାତିଥରା ଭିଡିଓ ଭାଇରାଲ

ଓ୍ବେଷ୍ଟ ଜାବା,୧୪।୨: ଇଣ୍ଡୋନେସିଆରେ ଲାଇଭ୍‌ ଫୁଟବଲ୍‌ ମ୍ୟାଚ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମ୍ୟାଚ ଚାଲୁଥିବାବେଳେ ବିଜୁଳି ମାରିବାରୁ ଜଣେ ଖେଳାଳୀଙ୍କ ପଡିଆରେ ହିଁ ମୃତ୍ୟୁ ହୋଇଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାଥାଉ କି, ଇଣ୍ଡୋନେସିଆର ଓ୍ବେଷ୍ଟ ଜାବାରେ ସେଲବିଜ ପଡିଆରେ ଏଫବିଆଇ ସୁବାଗଂ ଓ ଏଫସି ବୋଡୁଙ୍ଗ ଟିମ୍‌ ମଧ୍ୟରେ ଫୁଟବଲ ମ୍ୟାଚ୍‌ ଅନୁଷ୍ଠିତ ହେଉଥିଲା। ଖରାପ ପାଗ ଥିଲେ ମଧ୍ୟ ଏହି ମ୍ୟାଚ ଚାଲିଥିଲା। ଭାଇରାଲ ମିଡିଓରେ ଦେଖାଯାଉଛି କି, ଜଣେ ଫୁଟବଲ୍‌ର ତାଙ୍କ ପାଖକୁ ବଲ୍‌ ଆସିବା ଯାଏଁ ଅପେକ୍ଷା କରିଥିଲେ। ଏହି ସମୟରେ ଜୋରରେ ବିଜୁଳି ମାରିଥିଲା। ଏହି ସମୟରେ ଗୋଟିଏ ନିଆଁଝୁଲ ଆସି ସେହି ଖେଳାଳୀଙ୍କ ଉପରେ ପଡିଥିଲା। ପଡିଆ ଚାରିପାଖରେ ଥିବା ସମସ୍ତ ଲୋକ ସ୍ତବ୍ଧ ହୋଇଯିବା ସହ ଏଣେତେଣ ଦୌଡିବାକୁ ଲାଗିଲେ। ପଡିଆରେ ଥିବା ସାଥୀ ଖେଳାଳୀମାନେ ଯେତେବେଳେ ଘଟଣାସ୍ଥଳକୁ ଆସିଲେ ସେମାନେ ଦୃଶ୍ୟକୁ ଥରି ଯାଇଥିଲେ। ଖେଳାଳୀଙ୍କୁ ସାଙ୍ଗେସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ ହେଁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

Share