ଷ୍ଟ୍ରଙ୍ଗ୍‌ରୁମ୍‌, କାଉଣ୍ଟିଂ ହଲ୍‌ରେ ସିସିଟିଭି ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୨ା୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟୱାରୀ ଯୋଗଦେଇ କହିଥିଲେ, ଫେବୃୟାରୀ ୧୬ରୁ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ ଯେପରି ଅବାଧ ଓ ନିରପେକ୍ଷ ହେବ ସେନେଇ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ଉତ୍ତମ ସମନ୍ବୟର ଆବଶ୍ୟକତା ରହିଛି। ନିର୍ବାଚନ କମିଶନର ଜାନୁୟାରୀ ୧୧ରୁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ଜିଲାରେ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ଜିଲାପାଳ (ପ୍ରଶାସନ) ସଚିଦାନନ୍ଦ ସାହୁଙ୍କୁ ଜଗତ୍‌ସିଂହପୁର ଓ ବିରିଡ଼ି ବ୍ଲକ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀରଙ୍କୁ କୁଜଙ୍ଗ ଓ ଏରସମା ବ୍ଲକ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଚିନ୍ମୟୀ ବିଶ୍ୱାଳଙ୍କୁ ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କୁ ବାଲିକୁଦା ଏବଂ ନାଉଗାଁ ବ୍ଲକ ଦାୟିତ୍ୱ ଦିଆଯାଇଛି। ବୈଠକରେ ଏସ୍‌ପି ଅଖିଳେଶ୍ୱର ସିଂ କହିଥିଲେ, ପୋଲିସ ଅଧିକାରୀ ସମସ୍ତ ବୁଥ ପରିଦର୍ଶନ କରିଛନ୍ତି। ବିଡିଓ ଓ ଆଇଆଇସିଙ୍କ ସମନ୍ବୟରେ ନିର୍ବାଚନ ଠିକ୍‌ଭାବେ ପରିଚାଳନା ହେବ। ଜିଲାରେ ୧୦୩ ଜିଲା ପରିଷଦ ସଭ୍ୟ, ୬୫୮ ସମିତିସଭ୍ୟ, ୭୯୧ ସରପଞ୍ଚ, ୫୫୭୦ ଜଣ ୱାର୍ଡ ସଭ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୨୩ଟି ୱାର୍ଡସଭ୍ୟ ପଦବୀ ପାଇଁ ନିର୍ବାଚନ ହେବନାହିଁ। ଜିଲାରେ ୧୦୦୪ଟି ୱାର୍ଡସଭ୍ୟ ଓ ୨ଟି ପଞ୍ଚାୟତ ଯଥା ଏରସମା ବ୍ଲକ ଗଡ଼ହରିଶପୁର ସମିତିସଭ୍ୟ ଓ ବିରିଡ଼ି ବ୍ଲକ ପୂରଣ ସମିତିସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରତି ପଞ୍ଚାୟତ ପାଇଁ ଜଣେ ଲେଖାଏ ସେକ୍ଟର ଅଫିସର, ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିୟୋଜିତ ହୋଇଛନ୍ତି। ଜିଲାରେ ୭୫୦ ସମ୍ବେଦନଶୀଳ ଓ ୨୨୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଜିଲାରେ ୬୧୫ଟି ବୁଥରେ ମହିଳା ପୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି। ଷ୍ଟ୍ରଙ୍ଗରୁମ୍‌ ଓ କାଉଣ୍ଟିଂ ହଲ୍‌ରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ଭିଡିଓଗ୍ରାଫି କରାଯିବ। ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ। ନିର୍ବାଚନ ଆରମ୍ଭର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ କରାଯିବ। ପ୍ରତି ବୁଥ୍‌ରେ ଜଣେ ପୋଲିସ କର୍ମଚାରୀ ନିୟୋଜିତ ହେବେ। ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ବିମଳେନ୍ଦୁ ରାୟ ଯୋଗଦେଇ କହିଥିଲେ, ସେକ୍ଟର ଅଫିସରମାନେ ପ୍ରିଜାଇଡିଂ ଅଫିସରମାନଙ୍କୁ ଗାଇଡ୍‌ କରିବେ। ଜିଲା ପଞ୍ଚାୟତ ଅଧିକାରୀ ଚକ୍ରଧର ମାହାଳି କାର୍ଯ୍ୟସୁଚୀ ଅନୁଯାୟୀ ଆଲୋଚନା କରିଥିଲେ। ଏଥିରେ ଜିଲାର ୩ ଅତିରିକ୍ତ ଜିଲାପାଳ, ଡିଆର୍‌ଡିଏ ପିଡିଙ୍କ ସମେତ ଜଗତ୍‌ସିଂହପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା, ନିମାଇଁ ଚରଣ ସେଠୀ, ଧର୍ମେନ୍ଦ୍ର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?