ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ ସଫଳତାର ଚାବିକାଠି

ମହାକାଳପଡ଼ା,୧୫ା୫ (ଡି.ଏନ.ଏ.): ଖରାଦିନ ଆସିଲେ ଥଣ୍ଡା ପାନୀୟ ପ୍ରତି ବେଶ୍‌ ଚାହିଦା ବୃଦ୍ଧି ପାଇଥାଏ। ଡହଡ଼ହ ଖରାରୁ ଟିକେ ଆଶ୍ୱସ୍ତି ପାଇବାକୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା ପାନୀୟ ପ୍ରତି ମନ ବଳାଇଥାନ୍ତି। ଆଇସ କ୍ରିମ ହେଉ କି କୁଲିଫି ପାଟିରେ ଟିକେ ବାଜୁ ବାଜୁ ଦେହ ମନ ଫୂର୍ତ୍ତି ଲାଗେ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳରେ ଝଡ଼ ହେଉ କି ତୋଫାନ, ଖରା କି ବର୍ଷା ସକାଳୁ ଏକ ଦଦରା ସାଇକେଲରେ ଆଇସ୍‌ କ୍ରିମ ପେଟି ଲଦି ଗାଁକୁ ଗାଁ ବୁଲି ଆଇସ୍‌ କ୍ରିମ ବିକ୍ରୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ସୋନାଲି ହାଲଦାର୍‌ (୩୬)। ସୋନାଲି କୁହନ୍ତି, ନିଜର ଜମିବାଡ଼ି ନ ଥିବାରୁ ଏହି କଷ୍ଟସାଧ୍ୟ ବୃତ୍ତିକୁ ଆପଣେଇଛୁ। ଦିନମାନ ଆଇସ କ୍ରିମ ଯାହା ବିକ୍ରି ହୁଏ ସେଥିରେ ପିଲାମାନଙ୍କ ପାଠପଢ଼ା, ଔଷଧ ପତ୍ର ଓ ଘରର ଅତ୍ୟାବଶ୍ୟକ ଖର୍ଚ୍ଚ ହୋଇଥାଏ। ସମାଜରେ ସଂଘର୍ଷ କରି ଜୀବନ ଜିଇବାକୁ ପ୍ରୟାସ କରୁଛି। ଆଇସ କ୍ରିମ ବିକ୍ରୟ କରିବାକୁ ଗଲା ବେଳେ ଖରାବର୍ଷା ସାମ୍ନା କରିବାକୁ ପଡ଼େ। ଶ୍ରଦ୍ଧାର ସହ ପିଲାମାନେ ଆସି ଆଇସ କ୍ରିମ ନେଇଥାନ୍ତି। ବେଳେ ବେଳେ ଏମିତିବି ହୁଏ କୁନି କୁନି ପିଲାମାନଙ୍କ ଅଝଟ ଦେଖି ମାଗଣାରେ ଆଇସ କ୍ରିମ ଦେଇଥାଏ। ଇଚ୍ଛା ନ ଥିଲେ ମଧ୍ୟ ଏହି ବ୍ୟବସାୟ କରିବାକୁ ପରିସ୍ଥିତି ବାଧ୍ୟ କରିଛି। ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ ବଳରେ ସବୁ ସମ୍ଭବ ହୋଇଥାଏ ବୋଲି ସୋନାଲି କହିଛନ୍ତି। ରବିବାର ବିଶ୍ୱ ମାତୃ ଦିବସରେ ସୋନାଲି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri