ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ ସଫଳତାର ଚାବିକାଠି

ମହାକାଳପଡ଼ା,୧୫ା୫ (ଡି.ଏନ.ଏ.): ଖରାଦିନ ଆସିଲେ ଥଣ୍ଡା ପାନୀୟ ପ୍ରତି ବେଶ୍‌ ଚାହିଦା ବୃଦ୍ଧି ପାଇଥାଏ। ଡହଡ଼ହ ଖରାରୁ ଟିକେ ଆଶ୍ୱସ୍ତି ପାଇବାକୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା ପାନୀୟ ପ୍ରତି ମନ ବଳାଇଥାନ୍ତି। ଆଇସ କ୍ରିମ ହେଉ କି କୁଲିଫି ପାଟିରେ ଟିକେ ବାଜୁ ବାଜୁ ଦେହ ମନ ଫୂର୍ତ୍ତି ଲାଗେ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳରେ ଝଡ଼ ହେଉ କି ତୋଫାନ, ଖରା କି ବର୍ଷା ସକାଳୁ ଏକ ଦଦରା ସାଇକେଲରେ ଆଇସ୍‌ କ୍ରିମ ପେଟି ଲଦି ଗାଁକୁ ଗାଁ ବୁଲି ଆଇସ୍‌ କ୍ରିମ ବିକ୍ରୟ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ସୋନାଲି ହାଲଦାର୍‌ (୩୬)। ସୋନାଲି କୁହନ୍ତି, ନିଜର ଜମିବାଡ଼ି ନ ଥିବାରୁ ଏହି କଷ୍ଟସାଧ୍ୟ ବୃତ୍ତିକୁ ଆପଣେଇଛୁ। ଦିନମାନ ଆଇସ କ୍ରିମ ଯାହା ବିକ୍ରି ହୁଏ ସେଥିରେ ପିଲାମାନଙ୍କ ପାଠପଢ଼ା, ଔଷଧ ପତ୍ର ଓ ଘରର ଅତ୍ୟାବଶ୍ୟକ ଖର୍ଚ୍ଚ ହୋଇଥାଏ। ସମାଜରେ ସଂଘର୍ଷ କରି ଜୀବନ ଜିଇବାକୁ ପ୍ରୟାସ କରୁଛି। ଆଇସ କ୍ରିମ ବିକ୍ରୟ କରିବାକୁ ଗଲା ବେଳେ ଖରାବର୍ଷା ସାମ୍ନା କରିବାକୁ ପଡ଼େ। ଶ୍ରଦ୍ଧାର ସହ ପିଲାମାନେ ଆସି ଆଇସ କ୍ରିମ ନେଇଥାନ୍ତି। ବେଳେ ବେଳେ ଏମିତିବି ହୁଏ କୁନି କୁନି ପିଲାମାନଙ୍କ ଅଝଟ ଦେଖି ମାଗଣାରେ ଆଇସ କ୍ରିମ ଦେଇଥାଏ। ଇଚ୍ଛା ନ ଥିଲେ ମଧ୍ୟ ଏହି ବ୍ୟବସାୟ କରିବାକୁ ପରିସ୍ଥିତି ବାଧ୍ୟ କରିଛି। ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ ବଳରେ ସବୁ ସମ୍ଭବ ହୋଇଥାଏ ବୋଲି ସୋନାଲି କହିଛନ୍ତି। ରବିବାର ବିଶ୍ୱ ମାତୃ ଦିବସରେ ସୋନାଲି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri