ପୋଲିସ ବାବୁଙ୍କ କଡ଼ା ପଦକ୍ଷେପ: ୫୦୦୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମାସ୍କ ପିନ୍ଧି ନ ଥିବା ଏବଂ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିବା ୫,୫୪୨ ଲୋକଙ୍କ ବିରୋଧରେ ପୋଲିସ ବାବୁଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ୧,୬୩୭ ଜଣଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ୧,୦୬୪ ଜଣ ମାସ୍କ୍‌ ନ ପିନ୍ଧି ଥିବାରୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଦେଇଛନ୍ତି। ଦକ୍ଷିଣ ଅଞ୍ଚଳରେ ୮୮୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତର-ପଶ୍ଚିମ ଅଞ୍ଚଳରେ ୫୩୨ ଜଣଙ୍କର ଚାଲାଣ କଟା ଯାଇଛି। ରୋହିରୀ ଜିଲାରେ ୪୧୧ ଜଣଙ୍କର ଚାଲାଣ କଟା ହୋଇଛି। ସେହିପରି ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ୩୬୨ ଜଣଙ୍କ ବିରୋଧରେ ଚାଲାଣ କଟା ଯାଇଥିବା ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଡିସିପି ପ୍ରତାପ ସିଂ ସୂଚନା ଦେଇଛନ୍ତି।

Share