Posted inଜାତୀୟ

ଉପନିର୍ବାଚନ ପୂର୍ବରୁ ୨୭୧ ଇଭିଏମ୍‌ ମେସିନ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଲାଗିଲା ନିଆଁ: ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ,୮।୧୦: ଆଗକୁ ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିସ୍ଥଳେ ଖରଗୋନ୍‌ରେ ଇଭିଏମ୍‌ ମେସିନ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ନିଆଁ ଲାଗିଯାଇଥିବାରୁ ପ୍ରଶାସନର ଅକଲ ଗୁଡୁମ୍‌ ହୋଇଯାଇଛି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୭୧ ଇଭିଏମ୍‌ ମେସିନ୍‌ ଥିଲା। ସେଥିମଧ୍ୟରେ କେତେକ ପୋଡ଼ିଯାଇଥିବା କୁହାଯାଉଛି। ସ୍ଥାନୀୟ ପିଜି କଲେଜର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଏହି ମେସିନ୍‌ ଗୁଡ଼ିକ ରଖାଯାଇଥିଲା। ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ନିଆଁ ଲାଗିବା ଖବର ପାଇ ଜିଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାକୁ ନେଇ କଂଗ୍ରେସ ଭାଜପାକୁ ଘେରିବା ଆରମ୍ଭ କରିଛି। ଏହା ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ନେତା ଗୋବିନ୍ଦ ମୁଜାଲ୍‌ଦେ ଅଭିଯୋଗ କରିଛନ୍ତି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ନିଆଁ ଲାଗିଛି ନା ଜାଣିଶୁଣି ଲଗାଯାଇଛି ତାହାର ନିରପେକ୍ଷ ତଦନ୍ତ ଦାବି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଉନି ପେଗାସସ୍‌ ତଦନ୍ତ

ନୂଆଦିଲ୍ଲୀ,୨୮ା୭ :ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ନେତା, ଖବରଦାତା, ମାନବାଧିକାର କର୍ମୀ ଓ ବିଜ୍‌ନେସମ୍ୟାନଙ୍କ...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍‌

ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ...

ବଦଳୁଛି କଶ୍ମୀରର ରଙ୍ଗ, ଭିଟାମାଟିକୁ ଫେରୁଛନ୍ତି କଶ୍ମୀର ପଣ୍ଡିତ…

ଶ୍ରୀନଗର,୨୮।୮: କଶ୍ମୀରର ରଙ୍ଗ ବଦଳିବାକୁ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩,୮୦୦ରୁ ଅଧିକ ପଣ୍ଡିତ ନିଜ ଭିଟାମାଟିକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ...

ବିଶେଷ ଧରଣର ଡୁଡୁଲ ତିଆରି କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଗୁଗୁଲ

ନୂଆଦିଲ୍ଲୀ,୧୫।୮: ଭାରତ ୭୩ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗୁଗୁଲ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ସେ ଏକ ସୁନ୍ଦର ଡୁଡୁଲ ମାଧ୍ୟମରେ ଦେଶବାସୀଙ୍କୁ...

ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ଭାଜପା, ଏଏପିକୁ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ,୧୩।୧: ରାଜଧାନୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି। ଏହାପରେ ଶାସନ...

ଜୁଲାଇରେ କରୋନା ନେଲା ୨୫ ହଜାରରୁ ଅଧିକ ଜୀବନ…

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ କରୋନା ମହାମାରୀ ସଂକ୍ରମଣରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଜାରି ରହିଥିଲା। ଜୁଲାଇ ମାସର...

ନିୟମ ଉଲ୍ଲଂଘନ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିବା...

Advertisement
Archives

Model This Week