ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି ମହିଳା ଜେସିବି ଗାଡ଼ି ସମ୍ମୁଖକୁ ଆସି ତୁମ୍ବିତୋଫାନ କରି ପୋଲିସକୁ ନାକେଦମ ସହ ଠେଲାପେଲା କରିଥିଲେ। ବିରୋଧ ହେବା ସହ ଜେସବି ସମ୍ମୁଖକୁ ପଳାଇ ଆସିଥିଲେ ମହିଳା। ଫଳରେ ବିରୋଧର ସମ୍ମୁଖୀନ ହୋଇଥିଲେ ପ୍ରଶାସନିକ ଅଧିକାରୀ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ଏକ ପ୍ଲାଟୁନ ପୋଲିସ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜେଏମ୍ଏଫ୍ସି କୋର୍ଟ ସ୍ଥାପନ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁରହିଥିବା ବେଳେ ନିରାକାର ମହାନ୍ତଙ୍କ ଟାଇଲ ଘର ଅଭି ମହାନ୍ତଙ୍କ ଟିଣ ଛପର ଘର ସହ ଅର୍ଜୁନ ମହାନ୍ତଙ୍କ ବ୍ରଏଲର ଫାର୍ମ ଘରକୁ ପ୍ରଶାସନ ଜେସିବି ସହାୟତାରେ ଭାଙ୍ଗି ଉଚ୍ଛେଦ କରୁଛି। ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମଗଙ୍କ ସହ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାୟକ, ଅତିରିକ୍ତ ତହସିଲଦାର ଶରଣ କୁମାର୍ ଜେନା, ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।