ଗଛ କଟାକୁ ଜୋରଦାର ବିରୋଧ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ନିର୍ମାଣ ଲାଗି ରବୀନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଗଛକୁ କାଟି ଦିଆଗଲାଣି। ସର୍ବମୋଟ ୮୦୦ ମୂଲ୍ୟବାନ ଓ ବହୁ ପୁରାତନ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୨୭୫ କୋଟି ଟଙ୍କା ବ୍ୟୟରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ, ଯେଉଁଥିରେ ୩ଶହ କ୍ୱାର୍ଟର୍ସ ରହିବ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଏବେ ଆନ୍ଦୋଳନ ଓ ଅସନ୍ତୋଷ ତେଜିବାରେ ଲାଗିଛି। ଗଛକଟା ସ୍ଥାନରେ ବୁଦ୍ଧିଜୀବୀ, ବୃକ୍ଷପ୍ରେମୀ ଏବଂ ରାଜନେତା ଏକାଠି ହୋଇ ସେମାନଙ୍କ ସ୍ବରକୁ ଶାଣିତ କରିଛନ୍ତି। ସମସ୍ତେ ଗୋଟିଏ କଥା କହୁଛନ୍ତି, ଏତେ ସଂଖ୍ୟାରେ ବହୁପୁରୁଣା ଗଛ ନ କାଟି ଅନ୍ୟ ସ୍ଥାନରେ ବିଧାୟକଙ୍କ ନୂତନ କ୍ୱାର୍ଟର୍ସ ନିର୍ମାଣ କରିବାରେ ଅସୁବିଧା କେଉଁଠି ରହିଛି। ଗଛ କଟାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୋମବାର ଥାନାରେ ଏତଲା ଦିଆଯାଇଥିବାବେଳେ ମଙ୍ଗଳବାର ଗଛ କଟା ସ୍ଥାନରେ ଧାରଣା ଦିଆଯିବା ସହ କଟାଯାଇ ନ ଥିବା ଗଛରେ ବିବେକକୁ ପ୍ରଶ୍ନ କଲାଭଳି ପୋଷ୍ଟର ମରାଯାଇଛି। ଏଥିରେ ‘ଗଛ କାଟି ସର୍ବନାଶକୁ ଡାକନି’ ଭଳି ସ୍ପର୍ଶକାତର ଲେଖା ସ୍ଥାନ ପାଇଛି। ଅନ୍ୟପଟେ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଏହାକୁ ବିରୋଧ କରି ଗଛକଟା ତୁରନ୍ତ ବନ୍ଦ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ସେହିପରି ପୂର୍ବତନ ଏମ୍‌ପି ତଥାଗତ ସତପଥୀ ମଧ୍ୟ ଏହି ଧାରଣାରେ ନିଜକୁ ସାମିଲ କରି ସହରଠାରୁ ଦୂରରେ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘ନବୀନ ବାବୁ ତୁମେ ଏହି ଗଛ ଲଗାଇ ନାହଁ। କାହିଁକି ଏହି ଗଛ କାଟି ଏଠାରେ କ୍ୱାର୍ଟର୍ସ କରିବ’। ବାଚସ୍ପତି ଜାଣି ରଖନ୍ତୁ ଏହାକୁ ଘୋର ବିରୋଧ କରାଯିବ ସହ ବାକି ଗଛ ଆଉ କାଟିବାକୁ ଦିଆଯିବ ନାହିଁ। ଯଦି ଗଛ କଟା ବନ୍ଦ ନ ହେବ ତେବେ ଆଗକୁ ବିରାଟ ଆନ୍ଦୋଳନ କରାଯିବ’ ବୋଲି ସୁରେଶ କହିଛନ୍ତି। ସେହିପରି ତଥାଗତ କହିଛନ୍ତି, ପାତ୍ରପଡ଼ାର ଯେଉଁ ସ୍ଥାନରେ କ୍ଷତିପୂରଣ ବାବଦରେ ଚାରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି, ସେଠାରେ ବିଧାୟକ କ୍ୱାର୍ଟର୍ସ କରିବାରେ ଅସୁବିଧା କ’ଣ ଥିଲା। ଏହାଦ୍ୱାରା ଗଛକୁ ଗଛ ରହି ଥାଆନ୍ତା ବିଧାୟକଙ୍କ କ୍ୱାର୍ଟର୍ସ ମଧ୍ୟ ଭଲରେ ହୋଇପାରି ଥାନ୍ତା। ଏପରି କି ସେଠାରେ ଉଦ୍ୟାନ କରି ଚାରା ଲଗାଯାଇପାରିଥାଆନ୍ତା। ଫଳରେ ସେଠାରେ ବିଧାୟକମାନେ ମଧ୍ୟ ଅଧିକ ଅମ୍ଳଜାନ ପାଇ ଖୁସି ହୋଇଥାଆନ୍ତେ। ଶାସକ ଦଳ ବିଧାୟକମାନେ ନିଜ ଦଳକୁ ଆହୁରି ଅଧିକ ସମର୍ଥନ କରିଥାଆନ୍ତେ। ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା କହିଛନ୍ତି, ଗଛକୁ ରଖିକି କିଛି ସୌଧ ଯଦି ତିଆରି କରାଯାଇପାରିବ ତେବେ ଭଲ। ଗଛ କାଟିକି ଯଦି ଆମେ କୋଠା ତିଆରି କରିବା ତେବେ ତାହା ଭଲ ଲାଗିବ ନାହିଁ।
କିଛିଦିନ ତଳେ ଉକ୍ତ ସ୍ଥାନଟି ବହୁ ସୁନ୍ଦର ଏବଂ ଥଣ୍ଡା ସ୍ଥାନ ହୋଇ ରହିଥିଲା। ବହୁ ସରକାରୀ ଚାକିରି ପାଇଁ ରାଜଧାନୀକୁ ଆସୁଥିବା ଛାତ୍ରୀଛାତ୍ର ସେଠାରେ ଥିବା ଘାସ ଗାଲିଚା ଉପରେ ବସି ଘଣ୍ଟା ଘଣ୍ଟା ଧରି ବସି ପଢ଼ାପଢ଼ି କରୁଥିଲେ। ଏବେ ସେହି ପିଲାଙ୍କ ପଢିବା ଲାଗି ଆଉ କିଛି ସୁବିଧା ସରକାର ରଖିଲେ ନାହିଁ। ସେହି ପିଲାମାନଙ୍କ ମଧ୍ୟରୁ କେତେଜଣ ଉକ୍ତ ସ୍ଥାନ ନିକଟ ଗଛ ତଳେ ବସି ପଢୁଥିବା ଦେଖିବାକୁ ମିଳିଛି। ସେଠାରେ ବନ ବିଭାଗ ପକ୍ଷରୁ କଟାଯିବା ଲାଗି ନମ୍ବରିଂ ହୋଇଥିବା ଗଛ ଗୁଡ଼ିକର ସୁରକ୍ଷା ଦେବାକୁ ବହୁ ବୃକ୍ଷପ୍ରେମୀ ଆଗେଇ ଆସିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ସଦସ୍ୟମାନେ କହିଛନ୍ତି ଗଛ କାଟିବା ପୂର୍ବରୁ ଆଗେ ସେଥିରେ ମାରିଥିବା ଲେଖା ପଢନ୍ତୁ। ଅନ୍ୟପଟେ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ହେବାକୁ ଥିବା ସ୍ଥାନରେ ଯେଉଁଠି ଗଛ କଟାଯାଇଛି ସେଠାରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଆମ୍ବ, ପଣସ ଭଳି ବୃକ୍ଷ ରୋପଣ କରାଯାଇଛି। ଏହାସହ ଗଛ କଟାକୁ ତୀବ୍ର ବିରୋଧ ମଧ୍ୟ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମନାରାୟଣ ନାଏକ କହିଛନ୍ତି, ବହୁ ପୁରୁଣା ଗଛ ଏମାନେ କାଟିଲେଣି। ଯାହାକୁ ସୁରକ୍ଷା ଦେଇ ମଧ୍ୟ ଅଟ୍ଟାଳିକା ତିଆରି କରାଯାଇପାରିଥାଆନ୍ତା। ସରକାରଙ୍କ ଦୂରଦୃଷ୍ଟିହୀନତା ଏବଂ ପ୍ରଶାସନିକ ଅପାରଗତା କାରଣରୁ ଏପ୍ରକାର କାର୍ଯ୍ୟସବୁ ଚାଲିଛି ବୋଲି ସେ କହିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଗଛକଟା ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀ ବର୍ତ୍ତମାନ ଆଉ ଗଛ କଟାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ବର୍ତ୍ତମାନ ସ୍ଥଗିତ ରଖାଗଲା। ଯଦି ଆଗକୁ ପୁଣି ଗଛ କାଟନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ଗଛ ନ କାଟିବା ଲାଗି ସଚେତନ କରାଇବା ଉଦ୍ଦେଶ୍ୟରେ ପିଲାଙ୍କୁ ନେଇ ଚିତ୍ରକଳା ଅଙ୍କନ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ୫ ଜଣିଆ ପ୍ରତିନିଧି ଦଳ ତାଙ୍କୁ ଭେଟି ଏ ବାବଦରେ ଜଣାଇବେ। ଏହାସହ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ଗଛ ନ କାଟିବା ନେଇ ଚିଠି ଲେଖିବାକୁ ଜଣାଇବୁ ବୋଲି ସୁଦର୍ଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri