ଗଛ କଟାକୁ ଜୋରଦାର ବିରୋଧ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ନିର୍ମାଣ ଲାଗି ରବୀନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଗଛକୁ କାଟି ଦିଆଗଲାଣି। ସର୍ବମୋଟ ୮୦୦ ମୂଲ୍ୟବାନ ଓ ବହୁ ପୁରାତନ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୨୭୫ କୋଟି ଟଙ୍କା ବ୍ୟୟରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ, ଯେଉଁଥିରେ ୩ଶହ କ୍ୱାର୍ଟର୍ସ ରହିବ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଏବେ ଆନ୍ଦୋଳନ ଓ ଅସନ୍ତୋଷ ତେଜିବାରେ ଲାଗିଛି। ଗଛକଟା ସ୍ଥାନରେ ବୁଦ୍ଧିଜୀବୀ, ବୃକ୍ଷପ୍ରେମୀ ଏବଂ ରାଜନେତା ଏକାଠି ହୋଇ ସେମାନଙ୍କ ସ୍ବରକୁ ଶାଣିତ କରିଛନ୍ତି। ସମସ୍ତେ ଗୋଟିଏ କଥା କହୁଛନ୍ତି, ଏତେ ସଂଖ୍ୟାରେ ବହୁପୁରୁଣା ଗଛ ନ କାଟି ଅନ୍ୟ ସ୍ଥାନରେ ବିଧାୟକଙ୍କ ନୂତନ କ୍ୱାର୍ଟର୍ସ ନିର୍ମାଣ କରିବାରେ ଅସୁବିଧା କେଉଁଠି ରହିଛି। ଗଛ କଟାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୋମବାର ଥାନାରେ ଏତଲା ଦିଆଯାଇଥିବାବେଳେ ମଙ୍ଗଳବାର ଗଛ କଟା ସ୍ଥାନରେ ଧାରଣା ଦିଆଯିବା ସହ କଟାଯାଇ ନ ଥିବା ଗଛରେ ବିବେକକୁ ପ୍ରଶ୍ନ କଲାଭଳି ପୋଷ୍ଟର ମରାଯାଇଛି। ଏଥିରେ ‘ଗଛ କାଟି ସର୍ବନାଶକୁ ଡାକନି’ ଭଳି ସ୍ପର୍ଶକାତର ଲେଖା ସ୍ଥାନ ପାଇଛି। ଅନ୍ୟପଟେ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଏହାକୁ ବିରୋଧ କରି ଗଛକଟା ତୁରନ୍ତ ବନ୍ଦ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ସେହିପରି ପୂର୍ବତନ ଏମ୍‌ପି ତଥାଗତ ସତପଥୀ ମଧ୍ୟ ଏହି ଧାରଣାରେ ନିଜକୁ ସାମିଲ କରି ସହରଠାରୁ ଦୂରରେ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘ନବୀନ ବାବୁ ତୁମେ ଏହି ଗଛ ଲଗାଇ ନାହଁ। କାହିଁକି ଏହି ଗଛ କାଟି ଏଠାରେ କ୍ୱାର୍ଟର୍ସ କରିବ’। ବାଚସ୍ପତି ଜାଣି ରଖନ୍ତୁ ଏହାକୁ ଘୋର ବିରୋଧ କରାଯିବ ସହ ବାକି ଗଛ ଆଉ କାଟିବାକୁ ଦିଆଯିବ ନାହିଁ। ଯଦି ଗଛ କଟା ବନ୍ଦ ନ ହେବ ତେବେ ଆଗକୁ ବିରାଟ ଆନ୍ଦୋଳନ କରାଯିବ’ ବୋଲି ସୁରେଶ କହିଛନ୍ତି। ସେହିପରି ତଥାଗତ କହିଛନ୍ତି, ପାତ୍ରପଡ଼ାର ଯେଉଁ ସ୍ଥାନରେ କ୍ଷତିପୂରଣ ବାବଦରେ ଚାରା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି, ସେଠାରେ ବିଧାୟକ କ୍ୱାର୍ଟର୍ସ କରିବାରେ ଅସୁବିଧା କ’ଣ ଥିଲା। ଏହାଦ୍ୱାରା ଗଛକୁ ଗଛ ରହି ଥାଆନ୍ତା ବିଧାୟକଙ୍କ କ୍ୱାର୍ଟର୍ସ ମଧ୍ୟ ଭଲରେ ହୋଇପାରି ଥାନ୍ତା। ଏପରି କି ସେଠାରେ ଉଦ୍ୟାନ କରି ଚାରା ଲଗାଯାଇପାରିଥାଆନ୍ତା। ଫଳରେ ସେଠାରେ ବିଧାୟକମାନେ ମଧ୍ୟ ଅଧିକ ଅମ୍ଳଜାନ ପାଇ ଖୁସି ହୋଇଥାଆନ୍ତେ। ଶାସକ ଦଳ ବିଧାୟକମାନେ ନିଜ ଦଳକୁ ଆହୁରି ଅଧିକ ସମର୍ଥନ କରିଥାଆନ୍ତେ। ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା କହିଛନ୍ତି, ଗଛକୁ ରଖିକି କିଛି ସୌଧ ଯଦି ତିଆରି କରାଯାଇପାରିବ ତେବେ ଭଲ। ଗଛ କାଟିକି ଯଦି ଆମେ କୋଠା ତିଆରି କରିବା ତେବେ ତାହା ଭଲ ଲାଗିବ ନାହିଁ।
କିଛିଦିନ ତଳେ ଉକ୍ତ ସ୍ଥାନଟି ବହୁ ସୁନ୍ଦର ଏବଂ ଥଣ୍ଡା ସ୍ଥାନ ହୋଇ ରହିଥିଲା। ବହୁ ସରକାରୀ ଚାକିରି ପାଇଁ ରାଜଧାନୀକୁ ଆସୁଥିବା ଛାତ୍ରୀଛାତ୍ର ସେଠାରେ ଥିବା ଘାସ ଗାଲିଚା ଉପରେ ବସି ଘଣ୍ଟା ଘଣ୍ଟା ଧରି ବସି ପଢ଼ାପଢ଼ି କରୁଥିଲେ। ଏବେ ସେହି ପିଲାଙ୍କ ପଢିବା ଲାଗି ଆଉ କିଛି ସୁବିଧା ସରକାର ରଖିଲେ ନାହିଁ। ସେହି ପିଲାମାନଙ୍କ ମଧ୍ୟରୁ କେତେଜଣ ଉକ୍ତ ସ୍ଥାନ ନିକଟ ଗଛ ତଳେ ବସି ପଢୁଥିବା ଦେଖିବାକୁ ମିଳିଛି। ସେଠାରେ ବନ ବିଭାଗ ପକ୍ଷରୁ କଟାଯିବା ଲାଗି ନମ୍ବରିଂ ହୋଇଥିବା ଗଛ ଗୁଡ଼ିକର ସୁରକ୍ଷା ଦେବାକୁ ବହୁ ବୃକ୍ଷପ୍ରେମୀ ଆଗେଇ ଆସିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ସଦସ୍ୟମାନେ କହିଛନ୍ତି ଗଛ କାଟିବା ପୂର୍ବରୁ ଆଗେ ସେଥିରେ ମାରିଥିବା ଲେଖା ପଢନ୍ତୁ। ଅନ୍ୟପଟେ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ହେବାକୁ ଥିବା ସ୍ଥାନରେ ଯେଉଁଠି ଗଛ କଟାଯାଇଛି ସେଠାରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଆମ୍ବ, ପଣସ ଭଳି ବୃକ୍ଷ ରୋପଣ କରାଯାଇଛି। ଏହାସହ ଗଛ କଟାକୁ ତୀବ୍ର ବିରୋଧ ମଧ୍ୟ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମନାରାୟଣ ନାଏକ କହିଛନ୍ତି, ବହୁ ପୁରୁଣା ଗଛ ଏମାନେ କାଟିଲେଣି। ଯାହାକୁ ସୁରକ୍ଷା ଦେଇ ମଧ୍ୟ ଅଟ୍ଟାଳିକା ତିଆରି କରାଯାଇପାରିଥାଆନ୍ତା। ସରକାରଙ୍କ ଦୂରଦୃଷ୍ଟିହୀନତା ଏବଂ ପ୍ରଶାସନିକ ଅପାରଗତା କାରଣରୁ ଏପ୍ରକାର କାର୍ଯ୍ୟସବୁ ଚାଲିଛି ବୋଲି ସେ କହିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ଗଛକଟା ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀ ବର୍ତ୍ତମାନ ଆଉ ଗଛ କଟାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ବର୍ତ୍ତମାନ ସ୍ଥଗିତ ରଖାଗଲା। ଯଦି ଆଗକୁ ପୁଣି ଗଛ କାଟନ୍ତି ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ଗଛ ନ କାଟିବା ଲାଗି ସଚେତନ କରାଇବା ଉଦ୍ଦେଶ୍ୟରେ ପିଲାଙ୍କୁ ନେଇ ଚିତ୍ରକଳା ଅଙ୍କନ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ୫ ଜଣିଆ ପ୍ରତିନିଧି ଦଳ ତାଙ୍କୁ ଭେଟି ଏ ବାବଦରେ ଜଣାଇବେ। ଏହାସହ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ଗଛ ନ କାଟିବା ନେଇ ଚିଠି ଲେଖିବାକୁ ଜଣାଇବୁ ବୋଲି ସୁଦର୍ଶନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri