ଚାଇନାରେ କଠୋର ଲକ୍‌ଡାଉନ୍‌

ବେଜିଂ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କଠୋର କଟକଣା ଜାରି କରିଛନ୍ତି। ଉତ୍ତର ଚାଇନାର ଶାନ୍‌ଶି ରାଜଧାନୀ ଶିଆନ ସହରରେ ଗୁରୁବାର ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ପ୍ରାୟ ୧ କୋଟି ୩୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ ଏହି କଟକଣା ଲାଗୁ ହୋଇଛି। ତେବେ ଓମିକ୍ରନ ଯୋଗୁ ସଂକ୍ରମଣ ବଢ଼ିଛି ନାଁ ଡେଲ୍ଟା ଭାରିଆଣ୍ଟର ପ୍ରକୋପ ବୃଦ୍ଧି ପାଇଛି ସେ ବିଷୟରେ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା ଚାଇନାରେ ୭ ଓମିକ୍ରନ ମାମଲା ଥିବା ସୂଚନା ମଳିଛି।

ଚାଇନା କରୋନାର ଭାଇରସ୍‌ର ଉତ୍ପତ୍ତିସ୍ଥଳ ଉହାନ ସହରରେ କଡ଼ା କଟକଣା ଲଗାଇଥିଲା। ଏଥିଯୋଗୁ ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ଲକ୍‌ଡାଉନ୍‌ ମଧ୍ୟରେ ରହିବାକୁ ପଡ଼ିଥିଲା। ଏହାପରେ ଶିଆନ୍‌ରେ ସବୁଠାରୁ ବଡ଼ ଧରଣର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗୋଟିଏ ଦିନରେ ଶିଆନ୍‌ରେ ୬୩ ଲୋକାଲ କେସ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ସପ୍ତାହକରେ ମୋଟ ମାମଲା ୨୧୧ରେ ପହଞ୍ଚିଛି। ବାହାରକୁ ଲୋକଙ୍କୁ ଉକ୍ତ ସହରକୁ ଯିବାକୁ ମନା କରାଯାଇଛି। ପ୍ରତ୍ୟେକ ଘରର ଜଣେ ଲେଖାଏ ସଦସ୍ୟ ୨ ଦିନରେ ଥରେ ବାହାରକୁ ଆସି ଅତ୍ୟାବଶ୍ୟକ ଜିନିଷ ନେଇପାରିବେ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

Share