ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଅନୁଗୋଳ ଜିଲାରେ ଅଧିକ କୋଭିଡ୍‌ ହସ୍ପିଟାଲ, କରୋନା କେୟାର ସେଣ୍ଟର (ସିସିସି) ଖୋଲାଯିବା ସହ ଶଯ୍ୟା ସଂଖ୍ୟା, ଆଇସିୟୁ, ଅକ୍ସିଜେନ ସଂଲଗ୍ନ ବେଡ୍‌ ଓ ଭେଣ୍ଟିଲେଟର ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉଛି। କୋଭିଡ୍‌ ପ୍ରଥମ ଲହର ବେଳେ ଜିଲାରେ ଯେତିକି ଶଯ୍ୟା ଥିଲା, ଦ୍ୱିତୀୟ ଲହର ସମୟରେ ତାହାର ୭ ଗୁଣା ବଢ଼ାଯାଇସାରିଛି। ଆମ୍ବୁଲାନ୍ସ ଠାରୁ ଅକ୍ସିଜେନ ଉପଲବ୍ଧ ଯାଏ ସବୁକିଛି ଉପରେ ନଜର ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ(ସିଏମ୍‌ଏସ୍‌) ଖୋଲାଯାଇ ଏହାକୁ ନିୟନ୍ତ୍ରଣ କରାଯାଉଛି। ତଥାପି ଜିଲାରେ ମୃତ୍ୟୁ ସଂଖ୍ୟାରେ ରୋକ୍‌ ଲାଗିପାରୁ ନ ଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ରହିଛି।

ଅନୁଗୋଳ ଜିଲାରେ ଟେଷ୍ଟ ପଜିଟିଭ୍‌ ରେଟ୍‌ (ଟିପିଆର୍‌) ପାଖାପାଖି ୧୦ ପ୍ରତିଶତ ରହିଥିବା କୁହାଯାଉଥିଲେ ମଧ୍ୟ କୋଭିଡ୍‌ ବିପଦ ଟଳିନି। ଆଗକୁ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ପ୍ରଶାସନ ଏ ନେଇ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛି। ପ୍ରଥମ ଲହର ସମୟରେ ଜିଲାରେ କେବଳ ଗୋଟିଏ କୋଭିଡ୍‌ ହସ୍ପିଟାଲ ତାଳଚେରଠାରେ ଖୋଲାଯାଇଥିଲା। ସେହିପରି ଅନୁଗୋଳଠାରେ ଗୋଟିଏ ସିସିସି ରହିଥିଲା। ଏସବୁରେ ମୋଟ୍‌ ୪୭୫ଟି ସାଧାରଣ ଶଯ୍ୟା ଥିବାବେଳେ ମାତ୍ର ୬ଟି ଆଇସିୟୁ ବେଡ୍‌, ୮୦ଟି ଅକ୍ସିଜେନ୍‌ ସଂଲଗ୍ନ ଓ ୬ଟି ଭେଣ୍ଟିଲେଟର ଶଯ୍ୟା ରହିଥିଲା। ବର୍ତ୍ତମାନ ଜିଲାରେ ପ୍ରାୟ ୫ ହଜାର ସଂକ୍ରମିତ ଚିକିତ୍ସାଧୀନ ଥିବା ଓ ଆଗାମୀ ତୃତୀୟ ଲହର ଭୟାନକ ସାବ୍ୟସ୍ତ ହେବ ବୋଲି କୁହାଯାଉଥିବାରୁ ଜିଲାରେ ୨ଟି କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଗୋଟିଏ ତାଳଚେରରେ ଓ ଅନ୍ୟଟି ବଅଁରପାଳସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଖୋଲାଯାଇଛି। ଏଥିସହ ଅନୁଗୋଳ, ତାଳଚେର, ବଅଁରପାଳ, ଆଠମଲ୍ଲିକ ଓ ପାଲଲହଡ଼ାରେ ସିସିସି ବ୍ୟବସ୍ଥା ହୋଇଛି। ଜେଏସ୍‌ପିଏଲ୍‌ ଠାରେ ଖୋଲାଯାଇଥିବା ସିସିସିକୁ ଏଯାଏ ପ୍ରଶାସନ ହିସାବକୁ ନେଇନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସୋଲେଶନ୍‌ ୱାର୍ଡ ଖୋଲାଯାଇଛି। ତେଣୁ ମୋଟ୍‌ ଉପରେ ୧୧୭୩ ସାଧାରଣ ଶଯ୍ୟା, ୬୦ ଆଇସିୟୁ ବେଡ୍‌, ୫୩୮ ଅକି୍ସଜେନ୍‌ ସଂଲଗ୍ନ ବେଡ୍‌ ଓ ୨୧ଟି ଭେଣ୍ଟିଲେଟର ବେଡ୍‌ ପ୍ରସ୍ତୁତ ସରିଛି। ଆଗକୁ ଆହୁରି ୨୩୦ଟି ଶଯ୍ୟା ଓ ୧୦ ଭେଣ୍ଟିଲେଟର ପାଇଁ ଅନୁମୋଦନ ହୋଇଛି। ଏଥିସହ ଜିଲାରେ ପାଖାପାଖି ୩୨ ଟନ୍‌ ଅକ୍ସିଜେନ୍‌ ମହଜୁଦ୍‌ ରହିଛି। ଜିଲାରେ ଏକାଧିକ ଅକ୍ସିଜେନ୍‌ ପ୍ଲାଣ୍ଟ ଥିବାରୁ ଏ ନେଇ ସମସ୍ୟ ନାହିଁ। ପ୍ରତିଦିନ ପାଖାପାଖି ୩ରୁ ୩.୫ ଟନ୍‌ ବ୍ୟବହାର ହେଉଛି। ତେଣୁ ଆଗାମୀ ଦିନରେ ଅକ୍ସିଜେନ ସଙ୍କଟ ଜିଲାରେ ଦେଖାଦେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଟିମ୍‌ ଅନୁଗୋଳ ଜୋରଦାର ଉଦ୍ୟମ ଚଳାଇଛି
ଅନୁଗୋଳ ଜିଲାରେ କୋଭିଡ୍‌ ମୁକାବିଲା ପାଇଁ ଟିମ୍‌ ଅନୁଗୋଳ ଅନବରତ କାର୍ଯ୍ୟ କରୁଛି। ଆଗକୁ ଏହା ଆହୁରି ଜୋରଦାର କରାଯିବ। କୋଭିଡ୍‌ର ଦ୍ୱିତୀୟ ଲହର ଆସିବା ପରେ ବିଭିନ୍ନ ରାଜ୍ୟ ଓ ଜିଲା ଉପରେ ନଜର ରଖାଯାଇଥିଲା। ସେ ନେଇ ପ୍ରସ୍ତୁତି ସହ ଯୋଜନା ଆରମ୍ଭ ହୋଇଥିଲା। ତେଣୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାର ଚେଷ୍ଟା ଚାଲିଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଅପପ୍ରଚାର ନ ହେଉ
ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ିବାକୁ ନେଇ କେତେଜଣ ଲୋକ ପ୍ରଶାସନକୁ ସମାଲୋଚନା କରୁଛନ୍ତି। କିନ୍ତୁ ବାସ୍ତବ ଘଟଣାକୁ ସେମାନେ ଅନୁଧ୍ୟାନ କରୁନାହାନ୍ତି। ଜିଲାରେ ସ୍କ୍ରିନିଂ ଠାରୁ ଆରମ୍ଭ କରି ଟେଷ୍ଟିଂ ଓ ଯାଞ୍ଚ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହାଦ୍ୱାରା ଶୀଘ୍ର ସଂକ୍ରମିତ ଚିହ୍ନଟ ସହ ସୁସ୍ଥ ହେବେ। ତେଣୁ ଏଥିରେ ଭୟଭୀତ ନ ହୋଇ କି ଅପପ୍ରଚାର ନ କରି ସହଯୋଗ କରନ୍ତୁ।
-ବଇତୁରା ଦୀପ, ଜିଲା କୋଭିଡ୍‌ ନୋଡାଲ ଅଧିକାରୀ

ଯୁବବର୍ଗଙ୍କ ଟିକାକରଣ ଶୀଘ୍ର ହେଉ
ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବଢ଼ୁଥିଲେ ମଧ୍ୟ ଟିକାକରଣକୁ ନେଇ ଲୋକେ ସନ୍ତୁଷ୍ଟ ନୁହନ୍ତି। ବିଶେଷକରି ଜିଲାରେ ଏଯାଏ ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ଆରମ୍ଭ ହୋଇପାରି ନାହିଁ। ତେଣୁ ଯେତେଶୀଘ୍ର ଏହା ଉପରେ ଗୁରୁତ୍ୱ ଦିଆଯିବ, ସେତେ ଭଲ। କାରଣ ଟିକା ହିଁ କରୋନା ବିରୋଧରେ ଏଯାଏ ସଞ୍ଜୀବନୀ ସାଜିଆସିଛି। ତେଣୁ ଜିଲା ପ୍ରଶାସନ ସରକାରଙ୍କ ନିକଟରେ ଅଧିକ ଟିକା ଦାବି କରନ୍ତୁ।
-ଦେବାଶିଷ ମିଶ୍ର, ଅନୁଗୋଳ

ଅକ୍ସିଜେନ୍‌ ମହଜୁଦ୍‌ ରହିବା ବଡ଼ ଆଶ୍ୱାସନା
ଅନୁଗୋଳ ଜିଲାରେ ଅକ୍ସିଜେନ ଉତ୍ପାଦନ ହେଉଛି। ଦେଶର ବିଭିନ୍ନ ରାଜ୍ୟକୁ ଏଠାରୁ ବହୁ ଟନ୍‌ ଅକ୍ସିଜେନ ଟ୍ୟାଙ୍କର ମାଧ୍ୟମରେ ପଠାଯାଉଛି। ତେଣୁ କୋଭିଡ୍‌ ସଂକ୍ରମିତଙ୍କ ପାଇଁ ଅକ୍ସିଜେନର ଅଭାବ ଅନୁଗୋଳରେ ପରିଲକ୍ଷିତ ହେବ ନାହିଁ ବୋଲି ପ୍ରଶାସନ କହୁଛି। ଏହା ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ହୋଇପାରିଛି।
-ପ୍ରତାପ ମହାପାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri