କରୋନା ଟୀକା ନେଲେ ଆସିବ ପ୍ରବଳ ଜ୍ୱର: ବୁଧବାର ମିଳିବ ମଞ୍ଜୁରୀ

ମସ୍କୋ/ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବୁଧବାର ରୁଷ୍‌ରେ କରୋନା ଟୀକା ‘ଗାମ୍‌-କୋଭିଡ୍‌-ଭ୍ୟାକ୍‌-ଲୟୋ’କୁ ଟୀକାକୁ ମଞ୍ଜୁରୀ ମିଳିବ। ଏହା ପରେ ଟୀକାକୁ ସର୍ବ ସାଧାରଣଙ୍କ ପାଇଁ ବ୍ୟବହାର କରାଯିବ। ଏହାକୁ ରୁଷ୍‌ର ରକ୍ଷା ମନ୍ତ୍ରଣାଳୟ ଏବଂ ଗାମାଲେଆ ନ୍ୟାଶନାଲ ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏପିଡେମିୟୋଲୋଜି ଆଣ୍ଡ୍‌ ମାଇକ୍ରୋବାୟେେଲୋଜିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଏହି ଟୀକାକୁ ମଞ୍ଜୁରୀ ମିଳିବା ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରଶ୍ନ ଉଠାଇ ସାରିଛି। ସେପ୍ଟେମ୍ବରରୁ ଏହାର ଉତ୍ପାଦନ ଏବଂ ଅକ୍ଟୋବରଠାରୁ ସର୍ବସାଧାରଣଙ୍କୁ ଦିଆଯିବ। ଟୀକା ନେବା ପରେ ପ୍ରବଳ ଜ୍ୱର ହେବାର ଆଶଙ୍କା ଥିବା ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ କୁହାଯାଉଛି। ତେବେ ଏନେଇ ବ୍ୟସ୍ତ ହେବାର ନାହିଁ। ଶରୀରରେ ହଠାତ୍‌ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରୁ ଏଭଳି ଲକ୍ଷଣ ଦେଖାଯିବ। ପରେ ଶରୀରର ତାପମାତ୍ରା ଧୀରେଧୀରେ କମିବାକୁ ଲାଗିବ ବୋଲି ରୁଷ୍‌ ସରକାର ସୂଚନା ଦେଇଛନ୍ତି।

Share