ଫିଲିପିନ୍ସରେ ୭.୦ ତୀବ୍ରତାର ଭୂକମ୍ପ

ମାନିଲା,୨୭ ।୭: ଫିଲିପିନ୍ସରେ ବୁଧବାର ସକାଳୁ ଏକ ବଡ ଧରଣର ଭୂକମ୍ପ ହୋଇଛି । ଭୂକମ୍ପ ୬ଟା ୨୩ ମିନିଟରେ ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି । ତେବେ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଗତ ମାସରେ ବି ଫିଲିପିନ୍ସରେ ଏକ ଭୂକମ୍ପ ଅନୁଭୁତ ହୋଇଥିଲା । ସେତେବେଳେ ଏହା ଦକ୍ଷିଣ ଫିଲିପିନ୍ସର ସୁରିଗାଓ ଡେଲ ସୁର ଅଞ୍ଚଳରେ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ କାଗୱେଟ ସହରରୁ ପ୍ରାୟ ୩୧ କିଲୋମିଟର ପୂର୍ବୋତ୍ତରରେ ୧୬ କିଲୋମିଟର ଗଭିରତାରେ ଥିଲା ।

Share