Posted inରାଜ୍ୟ

ଜାତୀୟ ହାର ତୁଳନାରେ ଓଡ଼ିଶାରେ ଷ୍ଟ୍ରୋକର ହାର ଅଧିକ: ପ୍ରତି ୭ ଜଣରେ ଜଣଙ୍କୁ ଷ୍ଟ୍ରୋକ ବିପଦ

ଭୁବନେଶ୍ୱର,୧୧।୯: ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି। ପ୍ରସିଦ୍ଧ ପତ୍ରିକା ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଷ୍ଟ୍ରୋକ ହାର ଜାତୀୟ ହାରଠାରୁ ଅଧିକ ରହିଛି। ପ୍ରତି ୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ଷ୍ଟ୍ରୋକ ବିପଦ ଥିବା ରିପୋର୍ଟ ପ୍ରକାଶ କରିଛି।

ସ୍ବାସ୍ଥ୍ୟ ସମସ୍ୟା ମୁଖ୍ୟତଃ ବୟସ୍କମାନଙ୍କଠାରେ ଦେଖାଯାଉଥିଲା, ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି। ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ଚାପ ସ୍ତର ବୃଦ୍ଧି, ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃଦ୍ଧି ହେତୁ ଏପରି ସଙ୍କଟ ଉପୁଜୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏମସ୍‌ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଇଣ୍ଡିଆନ ଆସୋସିଏସନ ଅଫ ନ୍ୟୁରୋଲୋଜି (ଆଇଏନ) ଷ୍ଟ୍ରୋକ ସବସେକ୍ସନ୍‌ ମିଡର୍ଟମ କନଫରେନ୍ସରେ ଏ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। କୋଡ ଷ୍ଟ୍ରୋକ ଟୁ ଷ୍ଟ୍ରୋକ ଇଣ୍ଟରଭେନସନ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ ଚିହ୍ନଟ, ଚିକିତ୍ସା ଅଗ୍ରଗତି ଏବଂ ଷ୍ଟ୍ରୋକ ପ୍ରତିରୋଧର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ଏମସ୍‌ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଏହି ଜାତୀୟ ଅନୁଷ୍ଠାନର ନ୍ୟୁରୋଲୋଜୀ ବିଭାଗ ମାସକୁ ୫୦୦ରୁ ଅଧିକ ମସ୍ତିଷ୍କାଘାତ ରୋଗୀଙ୍କୁ ସାମଗ୍ରିକ ଚିକିତ୍ସା ପ୍ରଦାନ କରୁଥିବା ସୂଚନା ଦେଇଛନ୍ତି। ଅନ୍ତଃସ୍ରାବି ଥ୍ରୋମ୍ବୋଲାଇସିସ, ମେକାନିକାଲ ଥ୍ରୋମେୱକ୍ଟୋମି, ଷ୍ଟ୍ରୋକ ନ୍ୟୁରୋ ସର୍ଜରୀ, ନ୍ୟୁରୋକ୍ରିଟିକାଲ କେୟାର ଏବଂ ଉନ୍ନତ ନ୍ୟୁରୋ-ପୁନର୍ବାସ ଭଳି ସେବା ଅନ୍ତର୍ଭୁକ୍ତ ଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଏମସ୍‌ ଭୁବନେଶ୍ୱରର ଡିନ ଡ. ପି ଆର ମହାପାତ୍ର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ଆଇଏନ ଷ୍ଟ୍ରୋକ ସବସେକ୍ସନ ଚେୟାରମ୍ୟାନ ଡ. ସୁନୀଲ କେ ନାରାୟଣ, ଇଣ୍ଡିଆନ ଷ୍ଟ୍ରୋକ ଆସୋସିଏସନର ସଭାପତି ଡ. ନିର୍ମଳ ସୂର୍ଯ୍ୟ, ଡ. କାମେଶ୍ୱର ପ୍ରସାଦ, ଡ. ପି ବିଜୟ ଏବଂ ଡ. ଏସ ପି ଗୋର୍ଥୀ ପ୍ରମୁଖ ଏହି ସମ୍ମୀଳନୀରେ ଯୋଗଦେଇଥିଲେ।

ଏହି ଅବସରରେ ବରିଷ୍ଠ ଆବାସିକ ଡାକ୍ତର ଏବଂ ଅଧ୍ୟାପିକାଅଧ୍ୟାପକମାନଙ୍କ ପାଇଁ ଷ୍ଟ୍ରୋକ ସମ୍ବନ୍ଧୀୟ ଏକ ପୋଷ୍ଟର ଅଧିବେଶନ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନବ ସମାଜ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ଭେଟେରାନ ସ୍ନାୟୁବିଜ୍ଞାନୀ ଡକ୍ଟର ଆର ଏନ ସାହୁଙ୍କୁ ଜୀବନବ୍ୟାପୀ ସାଧନା ପ୍ରଦାନ କରଯାଇଥିଲା। ଏହି ସମ୍ମିଳନୀକୁ ଏମାର ଭୁବନେଶ୍ୱରର ସ୍ନାୟୁବିଜ୍ଞାନ ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଡ. ମେନକା ଝା ଏବଂ ଡ. ପ୍ରିୟଙ୍କା ସାମଲ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri